Advertisment

୪୮ ଘଣ୍ଟାରେ ୱେଲମାର୍କରେ ପରିଣତ ହେବ ଲଘୁଚାପ, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଇ ପାଣିପାଗ ବିଭାଗ ଦେଲା  ତାଜା ସୂଚନା। ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁଇ ୱେଲମାର୍କରେ ପରିଣତ ହେବ ସମ୍ଭାବ୍ୟ ଲଘୁଚାପ। ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାରେ ଭୀଷଣ ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, କନ୍ଧମାଳ ଓ କଳାହାଣ୍ଡିଙ୍କୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ […]

ଅଦ୍ୟତନ ହୋଇଛି
୪୮ ଘଣ୍ଟାରେ ୱେଲମାର୍କରେ ପରିଣତ ହେବ ଲଘୁଚାପ, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା

790

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ନେଇ ପାଣିପାଗ ବିଭାଗ ଦେଲା  ତାଜା ସୂଚନା। ୪୮ ଘଣ୍ଟାରେ ପଶ୍ଚିମ-ଉତ୍ତରପଶ୍ଚିମ ମୁହାଁଇ ୱେଲମାର୍କରେ ପରିଣତ ହେବ ସମ୍ଭାବ୍ୟ ଲଘୁଚାପ। ଆଜି ଓ କାଲି ଉତ୍ତର, ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତର ଓଡ଼ିଶାରେ ପ୍ରବଳ ବର୍ଷିବ। ମାଲକାନଗିରି, କୋରାପୁଟ, ରାୟଗଡ଼ାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

Advertisment

ଏହି ଜିଲ୍ଲାରେ ଭୀଷଣ ବର୍ଷା ହେବା ସମ୍ଭାବନା ରହିଛି। ଗଞ୍ଜାମ, ପୁରୀ, କନ୍ଧମାଳ ଓ କଳାହାଣ୍ଡିଙ୍କୁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ମଧ୍ୟପ୍ରବଳ ବର୍ଷିବ। ୧୪ ଜିଲ୍ଲାରେ ଝଡ଼ ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବହିବ।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଯାଜପୁର, ଭଦ୍ରକ, ନୟାଗଡ଼କୁ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ସାଙ୍ଗକୁ ଝଡ଼ ତୋଫାନ ଲାଗି ରହିବ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ପ୍ରବେଶ ମନା କରାଯାଇଛି। ତେବେ ୨ରୁ ୩ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

Advertisment
Low Pressure Heavy Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe