Advertisment

୨ରୁ ବିଧାନସଭା ଅଧିବେଶନ, ପ୍ରଥମ ଦିନ ଆସିବ ବାର୍ଷିକ ବଜେଟ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ଥିବାବେଳେ ଜୁଲାଇ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍  ଉପସ୍ଥାପନ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପୂର୍ଣ୍ଣାଙ୍ଗ ଉପସ୍ଥାପନ ହେବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। […]

ଅଦ୍ୟତନ ହୋଇଛି
୧ରୁ ବିଧାନସଭାର ମୌସୁମୀ ଅଧିବେଶନ

Odisha Assembly

Advertisment
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ବିଧାନସଭାର ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ। ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ଥିବାବେଳେ ଜୁଲାଇ ୩୦ରେ ବ୍ୟୟ ମଞ୍ଜୁରୀ ବିଲ୍  ଉପସ୍ଥାପନ ହେବ।
Advertisment
ବିଧାନସଭା ସଚିବାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨ ତାରିଖରେ ପୂର୍ଣ୍ଣାଙ୍ଗ ଉପସ୍ଥାପନ ହେବ। ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିବ। ଜୁଲାଇ ୧୪ ତାରିଖରୁ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହେବ। ଅଗଷ୍ଟ ୨ ଓ ୪ ପ୍ରାଇଭେଟ୍ ମେମ୍ବରର୍ସ ବିଲ୍ ପାଇଁ ଉଦ୍ଦିଷ୍ଟ ରହିଛି।
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ପୂର୍ବରୁ ବଜେଟ୍ ଗୃହର ଅନୁମୋଦନ ଲାଭ କରିବା ବାଧ୍ୟତାମୂଳକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଦେଶ ଗସ୍ତ ଶେଷ କରି ଜୁଲାଇ ୧ ରେ ଭୁବନେଶ୍ୱର ଫେରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ।
Advertisment
ଏଥର ନୂଆ ବାଚସ୍ପତି ଗୃହ ପରିଚାଳନା କରିବେ। ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ସେ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଗୃହ ଚଳାଇବେ, ତା' ଉପରେ ସମସ୍ତଙ୍କ ନଜର ରହିବ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe