Advertisment

‘କମୁଛି ପଜିଟିଭ ସଂଖ୍ୟା, ତଥାପି ଚାଲେଞ୍ଜିଂ ରହିପାରେ ଅଗଷ୍ଟ ମାସ ’

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ସେ କହିଛନ୍ତି,“ ଗଞ୍ଜାମରେ ଟେଷ୍ଟିଂ ବଢୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା, ସମସ୍ତ କଟକଣା ମାନିବା। ଯେଉଁମାନେ କଟକଣା ଭାଙ୍ଗିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ଦୈନିକ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ଶଟଡାଉନ୍‌ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
‘କମୁଛି ପଜିଟିଭ ସଂଖ୍ୟା, ତଥାପି ଚାଲେଞ୍ଜିଂ ରହିପାରେ ଅଗଷ୍ଟ ମାସ ’

berhampur

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା କମୁଛି। ତଥାପି ଅଗଷ୍ଟ ମାସ ଆମ ପାଇଁ ଚାଲେଞ୍ଜିଂ ରହିପାରେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

Advertisment

ସେ କହିଛନ୍ତି,“ ଗଞ୍ଜାମରେ ଟେଷ୍ଟିଂ ବଢୁଥିବା ବେଳେ ପଜିଟିଭ ସଂଖ୍ୟା କମୁଛି। ହେଲେ ଅଧିକ ସତର୍କ ରହିବା, ସମସ୍ତ କଟକଣା ମାନିବା। ଯେଉଁମାନେ କଟକଣା ଭାଙ୍ଗିବେ, ସେମାନଙ୍କ ନାଁରେ ଏତଲା ଦିଆଯିବ। ଅଗଷ୍ଟ ମାସରେ ଦୈନିକ ଅପରାହ୍ନ ୪ଟାରୁ ପରଦିନ ସକାଳ ୫ଟା ଯାଏ ଶଟଡାଉନ୍‌ ରହିବ। ତା’ ସହ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ଶଟଡାଉନ୍‌ ମଧ୍ୟ କଡ଼ାକଡ଼ି ଲାଗୁ ହେବ।“

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨, ୦୮୦ରେ ପହଞ୍ଚିଛି। ସେଥିମଧ୍ୟରୁ ୮,୬୨୧ ସୁସ୍ଥ ହୋଇ ସାରିଲେଣି। ୩,୩୩୧ ବିଭିନ୍ନ କୋଭିଡ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୨୦ରେ ପହଞ୍ଚିଲାଣି।

Advertisment