Advertisment

‘ବାଲେଶ୍ୱରକୁ ଫେରିପାରନ୍ତି ୪୦ ହଜାର ପ୍ରବାସୀ ଓଡ଼ିଆ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ତେବେ ଜିଲ୍ଲାର କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ କହିଛନ୍ତି,“ ଖାଲି ପଶ୍ଚିମବଙ୍ଗ ନୁହେଁ ଅନ୍ୟ ରାଜ୍ୟରୁ ବହୁ ଲୋକ ବାଲେଶ୍ୱର ଆସିବେ। ଯେତିକି ପଞ୍ଜୀକରଣ କରିଛନ୍ତି ସମସ୍ତେ ଆସି ନ ପାରନ୍ତି। ତଥାପି ପ୍ରାୟ ୪୦ ହଜାର ପର୍ଯ୍ୟନ୍ତ ପ୍ରବାସୀ ଫେରିପାରନ୍ତି। ଦିନକ […]

‘ବାଲେଶ୍ୱରକୁ ଫେରିପାରନ୍ତି ୪୦ ହଜାର ପ୍ରବାସୀ ଓଡ଼ିଆ ’

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଜିଲ୍ଲାରେ ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

Advertisment

ତେବେ ଜିଲ୍ଲାର କୋଭିଡ୍‌-୧୯ ପର୍ଯ୍ୟବେକ୍ଷକ ମଧୁସୂଦନ ପାଢ଼ୀ କହିଛନ୍ତି,“ ଖାଲି ପଶ୍ଚିମବଙ୍ଗ ନୁହେଁ ଅନ୍ୟ ରାଜ୍ୟରୁ ବହୁ ଲୋକ ବାଲେଶ୍ୱର ଆସିବେ। ଯେତିକି ପଞ୍ଜୀକରଣ କରିଛନ୍ତି ସମସ୍ତେ ଆସି ନ ପାରନ୍ତି। ତଥାପି ପ୍ରାୟ ୪୦ ହଜାର ପର୍ଯ୍ୟନ୍ତ ପ୍ରବାସୀ ଫେରିପାରନ୍ତି। ଦିନକ ପୂର୍ବରୁ ବାଲେଶ୍ୱର ଜିଲ୍ଲାକୁ ଫେରିବା ପାଇଁ ୪୦ ହଜାର ପଞ୍ଜୀକରଣ କରିଥିଲେ। ପଞ୍ଜୀକରଣ କରିଥିବା ଲୋକଙ୍କ ପରିବାର ମିଶିଲେ ୭୦/୭୫ ହଜାର ହେବେ।”

ସୂଚନାଯୋଗ୍ୟ,  ବାଲେଶ୍ୱର ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ୁଥିବାରୁ ୬୦ ଘଣ୍ଟା ପାଇଁ ସରକାର ଶଟ୍‌ଡାଉନ୍ ଘୋଷଣା କରିଥିଲେ।  ଏହି ସମୟରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଏଥିସହ କେବଳ ଔଷଧ ଦୋକାନକୁ ଛାଡ଼ିଦେଲେ ସମସ୍ତ ଦୋକାନ ବଜାର  ବନ୍ଦ ରହିଥିଲା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe