Advertisment

ଆହୁରି ଥରିବ ସାରା ଓଡ଼ିଶା! ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ସହ ଆହୁରି ବଢ଼ିବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଗତକାଲି ରାତିରେ ଦାରିଙ୍ଗବାଡ଼ିକୁ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଏଠାରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତେବେ ଆଜି ରାତିରେ […]

ଅଦ୍ୟତନ ହୋଇଛି
ଆହୁରି ଥରିବ ସାରା ଓଡ଼ିଶା! ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

cold

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଆଗାମୀ ଦୁଇ-ତିନି ଦିନ ଯାଏ ରାଜ୍ୟରେ ଶୀତ ଲହରି ଜାରି ରହିବା ସହ ଆହୁରି ବଢ଼ିବା ନେଇ ସତର୍କ କରିଛି ପାଣିପାଗ ବିଭାଗ। ଗତକାଲି ରାତିରେ ଦାରିଙ୍ଗବାଡ଼ିକୁ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଏଠାରେ ଗତ ରାତିରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ରହିଥିବା ବେଳେ ୧୯ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ କରାଯାଇଛି। ତେବେ ଆଜି ରାତିରେ ଆହୁରି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

Advertisment

ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏହି ୭ ଜିଲ୍ଲା ହେଲେ- ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, କଳାହାଣ୍ଡି, ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ। ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବାର ସମ୍ଭାବନା ରହିଛି।

https://twitter.com/mcbbsr/status/1473215219216175107?s=20

ସେହିପରି ଶୀତ ଲହରି ନେଇ ଅନ୍ୟ ୧୯ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ରହିଛି। ଏହି ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ନୟାଗଡ଼, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କନ୍ଧମାଳ ଓ ନବରଙ୍ଗପୁର।

Advertisment

https://twitter.com/mcbbsr/status/1473146187800715268?s=20

ଆଗାମୀ ୫ ଦିନ ଯାଏ ରାଜ୍ୟରେ ପାଗ ଗୁଡ଼ିକ ମୁଖ୍ୟତ ଶୁଖିଲା ରହିବ। କିନ୍ତୁ ଶୀତର ପ୍ରକୋପ ଜାରି ରହିବ। ବିଶେଷକରି ଆଗାମୀ ତିନି ଦିନ ଯାଏ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୫ରୁ ୫ ଡିଗ୍ରୀ ସେଲସିୟସ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଗତ ରାତିରେ ଦାରିଙ୍ଗବାଡ଼ିରେ ସର୍ବାଧିକ ଥଣ୍ଡା ଅନୁଭୂତ ହୋଇଛି। ଏଠାରେ ତାପମାତ୍ରା ୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ୪.୦ ଡିଗ୍ରୀ, ଭବାନୀପାଟଣାରେ ୬.୦, କେନ୍ଦୁଝରରେ ୬.୨, ଝାରସୁଗୁଡ଼ାରେ ୬.୪, ସୁନ୍ଦରଗଡ଼ରେ ୬.୫, ଟିଟିଲାଗଡ଼ରେ ୬.୮, ବୌଦ୍ଧରେ ୭.୦, ବଲାଙ୍ଗିରରେ ୭.୮, ସୋନପୁରରେ ୮.୫, କୋରାପୁଟରେ ୮.୫, ସମ୍ବଲପୁରରେ ୮.୫, ବାରିପଦାରେ ୮.୫, ଅନୁଗୋଳରେ ୮.୬, ହୀରାକୁଦରେ ୮.୬, ନୟାଗଡ଼ରେ ୯.୦, ତାଳଚେରରେ ୯.୦, ଚାନ୍ଦବାଲିରେ ୯.୨, ବାଲେଶ୍ୱରରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ୧୦, କଟକରେ ୧୦.୧, ମାଲକାନଗିରିରେ ୧୧.୫, ଗୋପାଳପୁରରେ ୧୧.୮, ପାରାଦୀପରେ ୧୨.୮ ଓ ପୁରୀରେ ୧୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe