Advertisment

ରାଜଧାନୀରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମ୍ କ୍ୟାପିଟାଲ ସାଜିଛି ରାଜଧାନୀ ଭୁବନେଶ୍ୱର। ୧୧ ମାସରେ ୩୨ଟି ହତ୍ୟା, ୧୦୮ ଦୁଷ୍କର୍ମ ଏବଂ ନଭେମ୍ବର ସୁଦ୍ଧା ରୁଜୁ ହୋଇଛି ୧ ହଜାର ୮୮୦ଟି ଚୋରି ମାମଲା। କେବଳ ଏତିକି ନୁହେଁ, ୨୭୭ଟି ଆତ୍ମହତ୍ୟା ମାମଲାରୁ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ବର୍ଷକର କ୍ରାଇମ ରେକର୍ଡ ଜାରି କରି ଏହି ତଥ୍ୟ ଦର୍ଶାଇଛି ଭୁବନେଶ୍ୱର କମିଶନରେଟ ପୁଲିସ। ଉଦବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୭ ଜଣ […]

author-image
Ranjit Kumar Jena
ରାଜଧାନୀରେ ଅଧିକ ପୁରୁଷ ଆତ୍ମହତ୍ୟା କରୁଛନ୍ତି

Student suicide

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରାଇମ୍ କ୍ୟାପିଟାଲ ସାଜିଛି ରାଜଧାନୀ ଭୁବନେଶ୍ୱର। ୧୧ ମାସରେ ୩୨ଟି ହତ୍ୟା, ୧୦୮ ଦୁଷ୍କର୍ମ ଏବଂ ନଭେମ୍ବର ସୁଦ୍ଧା ରୁଜୁ ହୋଇଛି ୧ ହଜାର ୮୮୦ଟି ଚୋରି ମାମଲା। କେବଳ ଏତିକି ନୁହେଁ, ୨୭୭ଟି ଆତ୍ମହତ୍ୟା ମାମଲାରୁ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ବର୍ଷକର କ୍ରାଇମ ରେକର୍ଡ ଜାରି କରି ଏହି ତଥ୍ୟ ଦର୍ଶାଇଛି ଭୁବନେଶ୍ୱର କମିଶନରେଟ ପୁଲିସ।

Advertisment

ଉଦବେଗଜନକ କଥା ହେଉଛି, ଭୁବନେଶ୍ୱରରେ ଏହି ବର୍ଷ ବର୍ତ୍ତମାନ ସୁଦ୍ଧା ୨୭୭ ଜଣ ଆତ୍ମହତ୍ୟା କରିଛନ୍ତି। ତେବେ ଏଥିରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି। ଫାଶି ଲଗାଇ ସର୍ବାଧିକ ୯୪ ଜଣ ପୁରୁଷ ଆତ୍ମହତ୍ୟା କରିଛନ୍ତି। ସେହି ତୁଳନାରେ ମହିଳାଙ୍କ ସଂଖ୍ୟା ୪୧ ରହିଛି। ତେବେ ଖଣ୍ଡଗିରି ଅଞ୍ଚଳରେ ସର୍ବାଧିକ ୬୮ ଜଣ ଏବଂ ତମାଣ୍ଡୋ ଥାନା ଅଞ୍ଚଳରେ ସର୍ବନିମ୍ନ ୨ଟି ମାମଲା ସାମ୍ନାକୁ ଆସିଛି।

ଏହାବ୍ୟତୀତ ପୂର୍ବବର୍ଷ ତୁଳନାରେ ମାମଲା ସଂଖ୍ୟା ବଢ଼ିବା ସହ ଚୋରି ଏବଂ ଠକେଇ ମଧ୍ୟ ବଢ଼ିଛି। ୨୦୨୧ ନଭେମ୍ବର ସୁଦ୍ଧା ଭୁବନେଶ୍ୱରରେ ୧ ହଜାର ୮୮୦ଟି ଚୋରି ଘଟଣା ଘଟିଛି। ସେହିପରି ୫୪୭ଟି ଲୁଟ୍, ୪୨୬ଟି ସିନ୍ଧି ଚୋରି, ୭୯୧ଟି ଠକେଇ ମାମଲା ରୁଜୁ ହୋଇଥିବା ବର୍ଷକର କ୍ରାଇମ ରେକର୍ଡରେ ଦର୍ଶାଇଛି ଭୁବନେଶ୍ୱର କମିଶନରେଟ୍ ପୁଲିସ।

Advertisment