Advertisment

ବଢ଼ିଲା ଲକ୍‌ଡାଉନ୍‌: କୋହଳ ସମୟ କମିଲା, ବାହାଘର ନିୟମ ବଦଳିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକ୍‌ଡାଉନ୍ ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ଏହାକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ତା’ସହିତ ଲକ୍‌ଡାଉନ୍‌ କଟକଣାରେ କିଛି ପରିବର୍ତ୍ତନ କରିଛନ୍ତି। ମେ’ ୫ ତାରିଖରୁ ପ୍ରଥମ ଦଫାରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ରେ ସକାଳେ ୬ ଘଣ୍ଟା ପାଇଁ ନିୟମକୁ କୋହଳ କରାଯାଇଥିଲା। ପନିପରିବା, ଗ୍ରୋସରୀ, ମାଛ, ମାଂସ ଓ କ୍ଷୀର ଆଦି କିଣିବା ପାଇଁ […]

ଅଦ୍ୟତନ ହୋଇଛି
ବଢ଼ିଲା ଲକ୍‌ଡାଉନ୍‌: କୋହଳ ସମୟ କମିଲା, ବାହାଘର ନିୟମ ବଦଳିଲା

lockdown

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଘୋଷଣା କରିଥିବା ୧୪ ଦିନିଆ ଲକ୍‌ଡାଉନ୍ ଆସନ୍ତାକାଲି ଶେଷ ହେବାକୁ ଯାଉଥିବା ବେଳେ ଆଜି ଏହାକୁ ଜୁନ୍ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ତା’ସହିତ ଲକ୍‌ଡାଉନ୍‌ କଟକଣାରେ କିଛି ପରିବର୍ତ୍ତନ କରିଛନ୍ତି।

Advertisment

ମେ’ ୫ ତାରିଖରୁ ପ୍ରଥମ ଦଫାରେ ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ରେ ସକାଳେ ୬ ଘଣ୍ଟା ପାଇଁ ନିୟମକୁ କୋହଳ କରାଯାଇଥିଲା। ପନିପରିବା, ଗ୍ରୋସରୀ, ମାଛ, ମାଂସ ଓ କ୍ଷୀର ଆଦି କିଣିବା ପାଇଁ ଲୋକଙ୍କୁ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ତେବେ ଏଥର ସରକାର ଏହି ସମୟସୀମାକୁ ହ୍ରାସ କରି ଦେଇଛନ୍ତି। କିଣାକିଣି କରିବା ପାଇଁ ମାତ୍ର ୪ ଘଣ୍ଟା ସମୟ ଦିଆଯାଇଛି। ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ସବୁ ଦୋକାନ ଖୋଲା ରହିବ ଓ ଲୋକେ ତା’ ମଧ୍ୟରେ କିଣାକିଣି କରିପାରିବେ। ପୂର୍ବବତ୍ ଲୋକେ ଚାଲିଚାଲି ଯାଇ ନିକଟସ୍ଥ ଦୋକାନରୁ କିଣାକିଣି କରିବେ।

ସେହିପରି ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟ ପାଇଁ କଟକଣାକୁ ଆହୁରି କଡ଼ାକଡ଼ି କରିଦିଆଯାଇଛି। ବାହାଘରରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ ବୋଲି ଗତଥର କୁହାଯାଇଥିବା ବେଳେ ଏଥର ଏଥିରେ ଆହୁରି କାଣ୍ଟଛାଣ୍ଟ୍ କରାଯାଇଛି। ଏଣିକି ବାହାଘରରେ ୫୦ ବଦଳରେ ୨୫ ଜଣ ରହିପାରିବେ। ବର, କନ୍ୟା, ପୂଜକ ଓ ବାଜାବାଲାଙ୍କୁ ମିଶାଇ ମୋଟ ୨୫ ଜଣ ଉପସ୍ଥିତ ରହିପାରିବେ।

Advertisment

ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିପାରିବେ। ଅବଶ୍ୟ ପୂର୍ବଥର ମଧ୍ୟ ଶୁଦ୍ଧି କାର୍ଯ୍ୟରେ ୨୦ ଜଣ ଉପସ୍ଥିତ ରହିପାରିବେ ବୋଲି କୁହାଯାଇଥିଲା।

ବାହାଘର, ବ୍ରତଘର ଓ ଶୁଦ୍ଧି କାର୍ଯ୍ୟରେ ଭୋଜିଭାତକୁ ସଂପୂର୍ଣ୍ଣ ମନା କରାଯାଇଛି। ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ। ତେବେ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ।

ଅଫିସ ଗୁଡ଼ିକ ପାଇଁ ରାଜ୍ୟ ସରକାରଙ୍କ ଗାଇଡଲାଇନ ଜାରି କରିଛନ୍ତି। ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ୍ ଷ୍ଟାଫ୍ କମିବେ। ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍ ୧୦% ଷ୍ଟାଫରେ ଚାଲିବ। ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍ରେ ଷ୍ଟାଫ୍ ଯଥେଷ୍ଟ କମାଯିବ। ବେସରକାରୀ ଓ କର୍ପୋରେଟ ଅଫିସ ୩୩% କର୍ମଚାରୀରେ ଚାଲିବ। ପୋଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ।

କ’ଣ ଖୋଲା ରହିବ?

  • ଛାତ୍ରଛାତ୍ରୀଙ୍କ ପଢ଼ା ବହି ଦୋକାନ ଖୋଲା ରହିବ
  • ଇଲେକ୍ଟ୍ରି, ଇଲେକ୍ଟ୍ରୋନିକ୍ସ ମରାମତି ଦୋକାନ
  • ଏସି, କୁଲର, ୱାଟର ପ୍ୟୁରିଫାୟର ମରାମତି ଦୋକାନ
  • କଂପ୍ୟୁଟର, ମୋବାଇଲ ମରାମତି ଦୋକାନ
  • ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ
  • କେବଳ କ୍ଷୀର ବିକିବାକୁ ଓମଫେଡ ଦୋକାନ ଖୋଲା ରହିବ
  • ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି
  • ସକାଳ ୫ଟାରୁ ୮ଟା ପଯର୍ୟନ୍ତ ଖବର କାଗଜ ବିତରଣ ଅନୁମତି
Lockdown Lockdown In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe