Advertisment

ବାଇକ୍‌ରେ ଆସିଲେ, ଝାମ୍ପିନେଲେ ଲକ୍ଷେ ଟଙ୍କା

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରର ଏକ ସଉଦା ଦୋକାନରେ ବସିଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ। ଏନେଇ ବ୍ୟକ୍ତିଜଣଙ୍କ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଷ୍ଟେଟ ବ୍ୟାଙ୍କରୁ ଖୁଣ୍ଟା ଅଞ୍ଚଳର ପଟେଲ ସୋରେନ ଟଙ୍କା ନେଇ ତାଙ୍କ ପୁଅ ସହ ସଉଦା କିଣିବା ପାଇଁ ଦୋକାନକୁ ଯାଇଥିଲେ। ଉଦଳା ବଜାରରେ ଥିବା ଏକ ସଉଦା ଦୋକାନରେ ନିଜର ଟଙ୍କା ବ୍ୟାଗ […]

author-image
Tapaswini Nayak
ବାଇକ୍‌ରେ ଆସିଲେ, ଝାମ୍ପିନେଲେ ଲକ୍ଷେ ଟଙ୍କା

loot

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାରର ଏକ ସଉଦା ଦୋକାନରେ ବସିଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ଏକ ଲକ୍ଷ ପନ୍ଦର ହଜାର ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ। ଏନେଇ ବ୍ୟକ୍ତିଜଣଙ୍କ ଉଦଳା ଥାନାରେ ଅଭିଯୋଗ କରିଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଉଦଳା ଷ୍ଟେଟ ବ୍ୟାଙ୍କରୁ ଖୁଣ୍ଟା ଅଞ୍ଚଳର ପଟେଲ ସୋରେନ ଟଙ୍କା ନେଇ ତାଙ୍କ ପୁଅ ସହ ସଉଦା କିଣିବା ପାଇଁ ଦୋକାନକୁ ଯାଇଥିଲେ। ଉଦଳା ବଜାରରେ ଥିବା ଏକ ସଉଦା ଦୋକାନରେ ନିଜର ଟଙ୍କା ବ୍ୟାଗ ଧରି ପଟେଲ ବସିଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଟଙ୍କା ବ୍ୟାଗକୁ ଝାମ୍ପି ନେଇ ଫେରାର ହୋଇଯାଇଥିଲେ ।

ବ୍ୟାଗରେ ଲକ୍ଷେ ପନ୍ଦର ହଜାର ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ କାଗଜ ପତ୍ର ଥିଲା ବୋଲି ପଟେଲ ଉଦଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଜାରି ରଖିଛି ।

Advertisment
Loot