Advertisment

ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଛି, ହେଲେ ପିଲାଙ୍କ ଚିନ୍ତା ଘାରୁଛି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକମଣ ବଢ଼ାଉଛନ୍ତି ଚିନ୍ତା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ହଜାରେ ତଳେ ଥିବା ବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ସେଞ୍ଚୁରୀ ମାରୁଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୫ ଜଣ ଚିହ୍ନଟ  ହୋଇଛନ୍ତି।  ୭୭୯ ସଂକ୍ରମିତଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନ୍‌ରୁ ୪୫୪ ଜଣ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଦୈନିକ ସଂକ୍ରମଣ ଖସୁଛି, ହେଲେ ପିଲାଙ୍କ ଚିନ୍ତା ଘାରୁଛି

kids affected by corona

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ କମୁଥିବା ବେଳେ ପିଲାଙ୍କ ସଂକମଣ ବଢ଼ାଉଛନ୍ତି ଚିନ୍ତା। ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ହଜାରେ ତଳେ ଥିବା ବେଳେ ପିଲାଙ୍କ ସଂକ୍ରମଣ କିନ୍ତୁ ସେଞ୍ଚୁରୀ ମାରୁଛି।

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର କେବଳ ୧୦୫ ଜଣ ଚିହ୍ନଟ  ହୋଇଛନ୍ତି।  ୭୭୯ ସଂକ୍ରମିତଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନ୍‌ରୁ ୪୫୪ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ହେଉଛି ୩୨୫  । ସେହିପରି ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୭୬୫କୁ ବୃଦ୍ଧି ପାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୪,  ବାଲେଶ୍ୱରରୁ ୫୯, ପୁରୀରୁ ୩୯, ଯାଜପୁରରୁ ୩୪,  ଜଗତସିଂହପୁରରୁ ୩୧, ମୟୂରଭଂଜରୁ ୨୭, କେନ୍ଦ୍ରାପଡ଼ାରୁ ୨୧, ଅନୁଗୋଳରୁ ୨୦ ଓ ନୟାଗଡ଼ରୁ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାବାଦ ସୁନ୍ଦରଗଡ଼ ଜିଲ୍ଲାରୁ ୨୦ ଜଣ,  ଭଦ୍ରକ ଓ କେନ୍ଦୁଝରରୁ ୧୫ ଜଣ ଲେଖାଏଁ, ସମ୍ବଲପୁରରୁ ୧୩, ଦେବଗଡ଼ ଓ ଢେଙ୍କାନାଳରୁ ୯ ଜଣ ଲେଖାଏଁ, ଗଂଜାମରୁ ୮,  ବରଗଡ଼ରୁ ୫, ରାୟଗଡ଼ାରୁ ୪, ବଲାଙ୍ଗିରରୁ ୩, ସୁବର୍ଣ୍ଣପୁର ଓ ବୌଦ୍ଧରୁ ୨ଜଣ ଲେଖାଏଁ , ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ୭, ମାଲକାନଗିରିରୁ ୬,  କନ୍ଧମାଳରୁ ୫,  କୋରାପୁଟରୁ ୩, ନୂଆପଡ଼ାରୁ ୨, କଳାହାଣ୍ଡିରୁ ଜଣେ ଏବଂ ଷ୍ଟେଟପୁଲରୁ ୫୭ ଜଣ  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫ ହଜାର ୬୫୪କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଟକ ଜିଲ୍ଲାରୁ ସର୍ବାଧିକ ୨୫ ଜଣ ଅଛନ୍ତି। ଏହାବାଦ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୭ ଜଣ ଲେଖାଏଁ, ଜଗତସିଂହପୁରରୁ ୬, ଅନୁଗୋଳରୁ ଓ ମୟୂରଭଞ୍ଜରୁ ଜଣ ୫ ଲେଖାଏଁ, ବାଲେଶ୍ୱର, ଭଦ୍ରକ ଓ ଢେଙ୍କାନାଳରୁ ୩ ଜଣ ଲେଖାଏଁ, ନୟାଗଡ଼ରୁ ୨, ବୌଦ୍ଧ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି।

Covid Management Third Wave Of Corona Corona Cases In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe