Advertisment

ଶହେ ଉପରେ ପିଲା କରୋନା ପଜିଟିଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ାଉଛି ଚିନ୍ତା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କେବଳ ୧୦୬ ଜଣ ପିଲା ଥିବା ବେଳେ ସେମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛି। ଗତ କିଛି ଦିନ ଧରି ଦୈନିକ ଶହେରୁ ଊର୍ଦ୍ଧ୍ୱ ପିଲା କରୋନା ଦ୍ୱାରା କବଳିତ ହେଉଛନ୍ତି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୮୧୬ […]

author-image
Niharika Rout
ଅଦ୍ୟତନ ହୋଇଛି
ରାଜ୍ୟରେ ଚିହ୍ନଟ ହେଲେ ୬୪୯ ଆକ୍ରାନ୍ତ, ୧୦୩ କେବଳ ଛୁଆ

corona

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ଏବେ ହଜାରେ ତଳେ ରହୁଥିବା ବେଳେ ପିଲାଙ୍କ ସଂକ୍ରମଣ ବଢ଼ାଉଛି ଚିନ୍ତା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କେବଳ ୧୦୬ ଜଣ ପିଲା ଥିବା ବେଳେ ସେମାନଙ୍କ ବୟସ ଶୂନରୁ ୧୮ ବର୍ଷ ମଧ୍ୟରେ ରହିଛି। ଗତ କିଛି ଦିନ ଧରି ଦୈନିକ ଶହେରୁ ଊର୍ଦ୍ଧ୍ୱ ପିଲା କରୋନା ଦ୍ୱାରା କବଳିତ ହେଉଛନ୍ତି।

Advertisment

ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ୮୧୬ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ବାରେଣ୍ଟାଇନ୍‌ରେ ଥିଲେ। ବାକି ୩୪୧ଟି ଲୋକାଲ କେସ୍ । ଏହାବାଦ ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଖୋର୍ଦ୍ଧାରୁ ସର୍ବାଧିକ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ଅନୁଗୋଳରୁ ୧୩ , ବାଲେଶ୍ୱରରୁ ୪୬,  ବରଗଡ଼ରୁ ୧୩, ଭଦ୍ରକରୁ ୯, ବଲାଙ୍ଗିରରୁ ୩, କଟକରୁ ୧୧୬, ଦେବଗଡ଼ରୁ ୧୩, ଢେଙ୍କାନାଳରୁ ୧୯ ଓ ଗଂଜାମରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଏହାବାଦ ଜଗତସିଂହପୁରରୁ ୩୪ ଜଣ, ଯାଜପୁରରୁ ୩୧, ଝାରସୁଗୁଡ଼ାରୁ ୧,କଳାହାଣ୍ଡିରୁ ୪, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୨୯, କେନ୍ଦୁଝରରୁ ୧୬, , କୋରାପୁଟରୁ  ୫, ମାଲକାନଗିରିରୁ  ୪, ମୟୂରଭଂଜରୁ ୨୭, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧, ପୁରୀରୁ ୨୦, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୮, ସୁନ୍ଦରଗଡ଼ରୁ ୧୬ ଓ ଷ୍ଟେଟପୁଲରୁ  ୬୨ ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୬୯ କରୋନା ଆକ୍ରାନ୍ତଙ୍କ ମୃତକଙ୍କ ମଧ୍ୟରେ  କଟକରୁ ୩୮, ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬ ଆକ୍ରାନ୍ତ  ଆଖି ବୁଜିଛନ୍ତି।  ଏହାବାଦ ଯାଜପୁର, କେନ୍ଦ୍ରାପଡ଼ା, ମୟୂରଭଂଜରୁ ୩ ଲେଖାଏଁ, ଅନୁଗୁଳ ଓ ନବରଂଗପୁରରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୬୯୭କୁ ବୃଦ୍ଧି ପାଇଛି।

Third Wave Of Corona