Advertisment

ଦୀର୍ଘ ଦିନ ପରେ ରାଜ୍ୟରେ ୧୦୦ ଉପରେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ଦିନକରେ ଶହେ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୧ ଚିହ୍ନଟ ହୋଇଛନ୍ତି। ହେଲେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ସ୍ଲୋ ପ୍ରୋଗ୍ରେସ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର। କିଛି […]

ଅଦ୍ୟତନ ହୋଇଛି
ଦୀର୍ଘ ଦିନ ପରେ ରାଜ୍ୟରେ ୧୦୦ ଉପରେ କରୋନା ପଜିଟିଭ ଚିହ୍ନଟ

Covid19

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ଦିନକରେ ଶହେ ଉପରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୧ ଚିହ୍ନଟ ହୋଇଛନ୍ତି। ହେଲେ ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ। ବର୍ତ୍ତମାନ ରାଜ୍ୟରେ ସଂକ୍ରମଣର ସ୍ଲୋ ପ୍ରୋଗ୍ରେସ ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

କିଛି ଦିନ ପୂର୍ବରୁ ରାଜ୍ୟରେ ସଂକ୍ରମଣ ଟ୍ରେଣ୍ଡ ୫୦ ରହୁଥିବା ବେଳେ ଏହାପରେ ୭୦ ଓ ଏବେ ଶହେ ପାର୍‌ କରିଛି। ଏହାକୁ ନେଇ ବେଶି ଚିନ୍ତିତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ମାତ୍ର ସଂକ୍ରମଣ ଆଗକୁ ଯେପରି ଅଧିକ ନ ବଢ଼େ ସେଥି ନିମନ୍ତେ ସମସ୍ତେ କୋଭିଡ ଗାଇଡଲାଇନ୍‌ ପାଳନ କରିବା ଆବଶ୍ୟକ।  ସାମାନ୍ୟ ଲକ୍ଷଣ ଥିଲେ ଭିଡ଼କୁ ଯିବା ଉଚିତ ନୁହେଁ, ସବୁବେଳେ ମାକ୍ସ ପରିଧାନ କରିବା ସହ ଟେଷ୍ଟ କରାଇ ନେବାକୁ ପରାମର୍ଶ ଦେଇଛନ୍ତି ବିଜୟ ମହାପାତ୍ର।

ବର୍ତ୍ତମାନ ଘରେ ଘରେ ଟେଷ୍ଟିଂ କରାଯାଉଥିବାରୁ ରାଜ୍ୟରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ମାତ୍ର ଅନ୍ୟ ରାଜ୍ୟ ପରି ଉଦବେଗଜନକ ସ୍ଥିତିରେ ଆମେ ପହଞ୍ଚିନି। ଯଦି ହସ୍ପିଟାଲାଇଜେସନର ଆବଶ୍ୟକତା ପଡ଼େ ତେବେ ପୂର୍ବ ଭଳି ବ୍ୟବସ୍ଥା କରାଯିବ। ସଂକ୍ରମଣ ଏବେ ବଢ଼ୁଛି, ଏହାପରେ କିଛି ଦିନ ସମାନ୍ତରାଳ ଭାବେ ରହିବ ଓ ପରେ ତଳମୁହାଁ ହେବ। ତେଣୁ ତାହା କେବେ ପିକ୍‌ରେ ପହଞ୍ଚିବ ତାହା ଉପରେ ନଜର ରଖିଛୁ। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ସେନେଇ ଗୁରୁତ୍ୱ ଦିଆଯାଉଛି। ଏବେ ସୁଦ୍ଧା ରାଜ୍ୟରେ ଭ୍ୟାକ୍ସିନେସନ ବଢ଼ୁ ନ ଥିବା ବେଳେ ସମସ୍ତେ ଆଗେଇ ଆସି ଭ୍ୟାକ୍ସିନ ନେବାକୁ ଆହ୍ୱାନ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe