Advertisment

ଭୋକ ଉପାସରେ କରୋନା ଯୋଦ୍ଧା; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ

କେନ୍ଦୁଝର (ପ୍ରଣୟ ପାଣି): ନିଜ ପ୍ରାପ୍ୟ ଅର୍ଥ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମରକ୍ଷୀ। ଗତ ଦୁଇ ମାସ ଧରି ସେମାନେ ଘରଦ୍ୱାର ଛାଡ଼ି ନିଃସ୍ୱାର୍ଥପର ଭାବେ ଟିଏମ୍‌ସିରେ କାର୍ଯ୍ୟ କରି ଆସୁଛନ୍ତି। ହେଲେ ଏବେ ସେମାନେ ଓ ସେମାନଙ୍କ ପରିବାର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ନନ୍ଦିପଦା ଥାନା ଅଞ୍ଚଳରେ ହୋଇଥିବା ଟିଏମ୍‌ସିରୁ। ମହାମାରୀ କରୋନା ପାଇଁ  ପ୍ରବାସୀମାନେ ଘର ମୁହାଁ ହୋଇଛନ୍ତି। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଭୋକ ଉପାସରେ କରୋନା ଯୋଦ୍ଧା; ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ

keonjhar

କେନ୍ଦୁଝର (ପ୍ରଣୟ ପାଣି): ନିଜ ପ୍ରାପ୍ୟ ଅର୍ଥ ପାଇବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମରକ୍ଷୀ। ଗତ ଦୁଇ ମାସ ଧରି ସେମାନେ ଘରଦ୍ୱାର ଛାଡ଼ି ନିଃସ୍ୱାର୍ଥପର ଭାବେ ଟିଏମ୍‌ସିରେ କାର୍ଯ୍ୟ କରି ଆସୁଛନ୍ତି। ହେଲେ ଏବେ ସେମାନେ ଓ ସେମାନଙ୍କ ପରିବାର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ନନ୍ଦିପଦା ଥାନା ଅଞ୍ଚଳରେ ହୋଇଥିବା ଟିଏମ୍‌ସିରୁ।

Advertisment

ମହାମାରୀ କରୋନା ପାଇଁ  ପ୍ରବାସୀମାନେ ଘର ମୁହାଁ ହୋଇଛନ୍ତି। ସେମାନେ ବିଭିନ୍ନ ରାଜ୍ୟରୁ ଆସୁଥିବାରୁ କରୋନା ସଂକ୍ରମଣ ଭୟ ରହିଛି। ତେଣୁ ନିଜ ଅଞ୍ଚଳକୁ ଆସିଲେ ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ୍‌ ବା ଟିଏମ୍‌ସିରେ ରଖିବା ପାଇଁ  ସବୁ ପଞ୍ଚାୟତରେ ସରକାର ବ୍ୟବସ୍ଥା କରିଛନ୍ତି।। ଏଥିସହ ସେଠାରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ଗ୍ରାମରଖିମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି କ୍ରମରେ ନନ୍ଦିପଦା ଥାନା ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ହୋଇଥିବା ଟିଏମ୍‌ସିରେ ୧୫ରୁ ଅଧିକ ଗ୍ରାମରକ୍ଷୀ କାମ କରି ଆସୁଛନ୍ତି। ଗତ ଦୁଇ ମାସରୁ ଅଧିକ ଦିନ ହେବ ସେମାନେ କରୋନାକୁ ଭୟ ନକରି  ନିଜ କର୍ତ୍ତବ୍ୟକୁ ସୁଚାରୁ ପାଳନ କରି ଆସୁଛନ୍ତି। ହେଲେ ସେମାନଙ୍କୁ ସରକାରୀ ନିୟମ ଅନୁସାରେ ପ୍ରାପ୍ୟ  ପ୍ରଦାନ କରାଯାଇ ନଥିବା ଅଭିଯୋଗ କରିଛନ୍ତି। ଏନେଇ ସେମାନେ ବାରମ୍ବାର ହାଟଡିହି ବିଡ଼ିଓ ଓ ସରପଞ୍ଚଙ୍କୁ ଅଭିଯୋଗ କରିଛନ୍ତି। କେହି ତାଙ୍କ ଅଭିଯୋଗ ଶୁଣି ନଥିବା ଗ୍ରାମରକ୍ଷୀମାନେ କହିଛନ୍ତି। ଶେଷରେ ଆଜି ସେମାନେ ନିଜ ପ୍ରାପ୍ୟ ପାଇଁ ଜିଲ୍ଲାପାଳଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି।।