ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ରାଜ୍ୟ ଖଣି ବିଭାଗର ୨୫୫୬ଟି ମାମଲା

ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷଭୁକ୍ତ ଥାଇ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମୋଟ ୨୫୫୬ଟି ମାମଲା ଚାଲୁ ରହିଛି ।

high court PhotoOR

ଓଡ଼ିଶା ହାଇକୋର୍ଟ

Ordigital Desk
  • Published: Monday, 13 March 2023
  • Updated: 13 March 2023, 10:22 PM IST

Sports

Latest News

ରାଜ୍ୟ ସରକାରଙ୍କ ଖଣି ବିଭାଗ ପକ୍ଷଭୁକ୍ତ ଥାଇ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ମୋଟ ୨୫୫୬ଟି ମାମଲା ଚାଲୁ ରହିଛି । ସୁପ୍ରିମକୋର୍ଟରେ ୩୬ଟି କେସ୍ ଥିବାବେଳେ ହାଇକୋର୍ଟରେ ୨୫୨୦ଟି ମାମଲା ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଫିସ୍ ଦେଇ ଦାମୀ ଓକିଲମାନଙ୍କୁ କେସ୍ ପରିଚାଳନାର ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଏ ସମ୍ପର୍କରେ ଆଜି ବିଧାନସଭାରେ ସୂଚନା ଦେଇ କହିଛନ୍ତି ଯେ, ଖଣିବିଭାଗକୁ ପକ୍ଷଭୁକ୍ତ କରି ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ଯଥାକ୍ରମେ ୩୬ଟି ଓ ୨୫୨୦ଟି ମାମଲା ଚାଲୁ ରହିଛି । ରାଜ୍ୟ ଭିଜିଲାନ୍ସ ପାଖରେ ଖଣି ସଂକ୍ରାନ୍ତ କୌଣସି ମାମଲା ନାହିଁ । ସୁପ୍ରିମକୋର୍ଟରେ ଚାଲୁ ରହିଥିବା ସମସ୍ତ ମାମଲାଗୁଡ଼ିକର ତ୍ୱରିତ୍ ବିଚାର ତଥା ଫଇସଲା ପାଇଁ ସରକାରଙ୍କ ପକ୍ଷରୁ ବରିଷ୍ଠ ଆଡ଼ଭୋକେଟ୍ ଓ ଏଓଆରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ହାଇକୋର୍ଟରେ ଚାଲୁ ରହିଥିବା ସମସ୍ତ ମାମଲା ପାଇଁ ଆଡଭୋକେଟ୍ ଜେନେରାଲଙ୍କୁ ଅନୁରୋଧ କରାଯାଉଛି।

Also Read

ସୁପ୍ରିମକୋର୍ଟରେ ରହିଥିବା ଖଣି ମାମଲା ଲଢ଼ିବା ପାଇଁ ୨୦୨୦-୨୧ ମସିହାରେ ୮ଜଣ ଓକିଲଙ୍କୁ ମୋଟ ୬୪.୬୮ଲକ୍ଷ ଟଙ୍କା, ୨୦୨୧-୨୨ ମସିହାରେ ୭ଜଣ ଓକିଲଙ୍କୁ ୨୫.୬୧ଲକ୍ଷ ଟଙ୍କା ଏବଂ ୨୦୨୨-୨୩ରେ ୮ଜଣ ଓକିଲଙ୍କୁ ୬୪.୯୨ଲକ୍ଷ ଟଙ୍କା ଫିସ୍ ପ୍ରଦାନ କରାଯାଇଛି । ସୁପ୍ରିମକୋର୍ଟରେ ଖଣି ମାମଲା ଲଢ଼ିବା ପାଇଁ ଆଡଭୋକେଟ୍ ରାକେଶ ଦ୍ୱିବେଦୀ ରାଜ୍ୟ ସରକାରଙ୍କଠୁ ପ୍ରତିବର୍ଷ ସର୍ବାଧିକ ଫିସ୍ ନେଉଥିବା ଜଣାପଡ଼ିଛି । ୨୦୨୦-୨୧ରେ ଶ୍ରୀ ଦ୍ୱିବେଦୀଙ୍କୁ ପ୍ରାୟ ୬୦ଲକ୍ଷ ଟଙ୍କାରୁ ଅଧିକ ଫିସ୍ ସରକାର ଦେଇଥିବାବେଳେ ୨୦୨୧-୨୨ରେ ୧୮.୧୫ଲକ୍ଷ ଟଙ୍କା ଓ ୨୦୨୨-୨୩ରେ ୪୨.୯୦ଲକ୍ଷ ଟଙ୍କା ନେଇଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି । ତେବେ ଏସବୁ କେସ୍ ଗୁଡ଼ିକ ଏବେ କେଉଁ ସ୍ଥିତିରେ ଅଛି ସେ ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story