Advertisment

ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା

ସୋନପୁର(ରବୀନ୍ଦ୍ର ହୋତା): ଜଣେ କୃଷକଙ୍କ ସ୍ମାର୍ଟ ଫୋନର ଅପବ୍ୟବହାର କରି ୩ ଲକ୍ଷ ୭୦ ହଜାର ଟଙ୍କା ଚଳୁ ହୋଇଯାଇଛି।  ଗୀତ ଟ୍ରାନ୍ସଫର କରିବା ବାହାନାରେ କୃଷକଙ୍କ ଫୋନ୍‌ରୁ ସିମ୍‌ କାଢିନେଇ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଲେ ଜଣେ ନାବାଳକ।  ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଳ ଗାଁରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ ଘଟଣାର ଖୋଳତାଡ କରି ୪ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି […]

ଗୀତ ଟ୍ରାନ୍ସଫର କରିବାକୁ ସିମ୍‌ ନେଲେ, ପରେ ଆକାଉଣ୍ଟରୁ ଗାଏବ ହୋଇଗଲା ୩ ଲକ୍ଷ ୭୦ ହଜାର ଟଙ୍କା

phn-1

Advertisment

ସୋନପୁର(ରବୀନ୍ଦ୍ର ହୋତା): ଜଣେ କୃଷକଙ୍କ ସ୍ମାର୍ଟ ଫୋନର ଅପବ୍ୟବହାର କରି ୩ ଲକ୍ଷ ୭୦ ହଜାର ଟଙ୍କା ଚଳୁ ହୋଇଯାଇଛି।  ଗୀତ ଟ୍ରାନ୍ସଫର କରିବା ବାହାନାରେ କୃଷକଙ୍କ ଫୋନ୍‌ରୁ ସିମ୍‌ କାଢିନେଇ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଦେଲେ ଜଣେ ନାବାଳକ।  ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସାରସମାଳ ଗାଁରେ ଏପରି ହୋଇଥିବା ଅଭିଯୋଗ ହୋଇଛି। ଥାନାରେ ଏତଲା ପରେ ପୋଲିସ ଘଟଣାର ଖୋଳତାଡ କରି ୪ ନାବାଳକଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ।

Advertisment

ଅଭିଯୋଗ ଅନୁଯାୟୀ, ସାରସମାଳ ଗାଁର ରାଘବ ମାଝି ନାମକ ଚାଷୀଙ୍କ ସ୍ମାର୍ଟଫୋନରେ ତାଙ୍କ ପୁଅ ଖେଳୁଥିଲା। ଏହି ସମୟରେ ଘର ପାଖର ଜଣେ ୧୭ ବର୍ଷୀୟ ନାବାଳାକ ଏହାକୁ ନେଇଯାଇଥିଲା ।  ଗୀତ ଟ୍ରାନ୍ସଫର କରିବା ବାହାନାରେ ସିମ୍‌କୁ କାଢିନେଇ ନିଜ ଫୋନରେ ପକାଇଥିଲା । ତେବେ ଚଞ୍ଚକତା କରି ପର୍ଯ୍ୟାୟକ୍ରମେ ତାଙ୍କ ଆକାଉଣ୍ଟରୁ ଟଙ୍କା ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିଥିଲା ।

ଚାଷୀଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଣ ପାଇଁ ଯିବା ପରେ ଏହା ଜଣାପଡିଥିଲା। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରି ସମୁଦାୟ ୭ ଜଣଙ୍କୁ ଗିରଫ କରିଛି।

Advertisment
Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe