Advertisment

କୋରାପୁଟରେ ଅଜଣା ରୋଗ ଆତଙ୍କ! ୩ ମୃତ, ୧୦ ଅସୁସ୍ଥ

ଜୟପୁର(ଟି.ଗୌରି ଶଙ୍କର): ମାଲକାନାଗିରି ପରେ କୋରାପୁଟ ଜିଲ୍ଲାରେ ଅଜଣା ରୋଗର ଆତଙ୍କ। ବୈପାରୀଗୁଡ଼ା ବ୍ଲକ କାଣ୍ଡିକିଗୁଡ଼ା ଗାଁରେ ଅଜଣା ରୋଗରେ ସପ୍ତାହକ ଭିତରେ ଗଲାଣି ୩ ଜଣଙ୍କ ଜୀବନ। ଗାଁର୧୦ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି। ଗାଁ ଲୋକଙ୍କ କହିବା ଅନୁସାରେ, ଏହି ଅଜଣା ରୋଗରେ ହାତ ଗୋଡ଼ ଓ ମୁହଁ ଫୁଲି ଯାଉଛି ଓ ଦେହ ଦୁର୍ବଳ ଲାଗୁଛି। ପୂର୍ବରୁ ଏହି ଅଜଣା ରୋଗରେ ୨ଜଣଙ୍କର […]

ଅଦ୍ୟତନ ହୋଇଛି
କୋରାପୁଟରେ ଅଜଣା ରୋଗ ଆତଙ୍କ! ୩ ମୃତ, ୧୦ ଅସୁସ୍ଥ

koraput

Advertisment

ଜୟପୁର(ଟି.ଗୌରି ଶଙ୍କର): ମାଲକାନାଗିରି ପରେ କୋରାପୁଟ ଜିଲ୍ଲାରେ ଅଜଣା ରୋଗର ଆତଙ୍କ। ବୈପାରୀଗୁଡ଼ା ବ୍ଲକ କାଣ୍ଡିକିଗୁଡ଼ା ଗାଁରେ ଅଜଣା ରୋଗରେ ସପ୍ତାହକ ଭିତରେ ଗଲାଣି ୩ ଜଣଙ୍କ ଜୀବନ। ଗାଁର୧୦ରୁ ଅଧିକ ଲୋକ ଅସୁସ୍ଥ ଅଛନ୍ତି। ଡାକ୍ତରୀ ଟିମ୍‌ ଗାଁରେ ପହଞ୍ଚି ଲୋକମାନଙ୍କ ଚିକିତ୍ସା କରୁଛନ୍ତି।

Advertisment

ଗାଁ ଲୋକଙ୍କ କହିବା ଅନୁସାରେ, ଏହି ଅଜଣା ରୋଗରେ ହାତ ଗୋଡ଼ ଓ ମୁହଁ ଫୁଲି ଯାଉଛି ଓ ଦେହ ଦୁର୍ବଳ ଲାଗୁଛି। ପୂର୍ବରୁ ଏହି ଅଜଣା ରୋଗରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗତକାଲି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଗତକାଲି କାଣ୍ଡିକିଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କର ଅବସ୍ଥାର ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ପ୍ରଥମେ ରାମଗିରି ଓ ପରେ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୁଣି ଅବସ୍ଥା ଗୁରୁତର ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯିବା ବେଳେ ତାଙ୍କର ବାଟରେ ମୃତ୍ୟୁ ହୋଇଥିଲା।

ଗତକାଲି ରାମଗିରିରୁ ଏକ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ପରୀକ୍ଷା କରିଛନ୍ତି।  କ’ଣ ପାଇଁ ଅଜଣା ରୋଗ ବ୍ୟାପୁଛି, ପିଇବା ପାଣିର ସମସ୍ୟା ରହିଛି ନା ଅନ୍ୟ କିଛି କାରଣ ରହିଛି ମେଡିକାଲ ଟିମ୍ ତାର ଅନୁସନ୍ଧାନ କରୁଛନ୍ତି। ଆଜି ସାତ ଜଣିଆ ଡାକ୍ତରୀ ଦଳ କାଣ୍ଡିକିଗୁଡ଼ା ଗାଁରେ ପହଞ୍ଚିଛନ୍ତି।

Advertisment

ଗତବର୍ଷ ମଧ୍ୟ ଏହି ସମୟରେ କାଣ୍ଡିକିଗୁଡ଼ା ଗାଁରେ ଅଜଣା ରୋଗରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ହଳଦୀକୁଣ୍ଡ ଗାଁରେ ୧୦ ଦିନରେ ୬ ଜଣଙ୍କ ଜୀବନ ଗଲାଣି। ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।  ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ଏହି ରୋଗରେ ଆକ୍ରାନ୍ତ ହେଉଥିବା ଲୋକଙ୍କ ଗୋଡ଼ ଫୁଲି ଯାଉଛି। ପରେ ଜ୍ୱର ଆସୁଛି। ଆଉ ତା’ର ତିନିରୁ ଚାରି ଦିନ ଭିତରେ   ମୃତ୍ୟୁ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe