Advertisment

Politics: ଧର୍ମଶାଳାରେ ଧୂଳିସାତ ହେଲାଣି ବିଜେଡି! ୫୦୦ରୁ ଅଧିକ କର୍ମୀ ବିଜେପିରେ ମିଶିଲେ

ଯାଜପୁର ଜିଲ୍ଲା ଧର୍ମଶାଳାରେ ମଙ୍ଗଳବାର ବିଜେପି (BJP)ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଟି ପଞ୍ଚୟତରୁ ୫୦୦ରୁ ଅଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।

bjp
Advertisment

ଯାଜପୁର ଜିଲ୍ଲା ଧର୍ମଶାଳାରେ ମଙ୍ଗଳବାର ବିଜେପି (BJP)ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଟି ପଞ୍ଚୟତରୁ ୫୦୦ରୁ ଅଧିକ ବିଜେଡି କର୍ମୀ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। 

Advertisment

ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଏହି କର୍ମୀଙ୍କ ମଧ୍ୟରେ ଅଛନ୍ତି, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ, ପୂର୍ବତନ  ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଡ. ପ୍ରିୟନାଥ ମହାପାତ୍ର ଓ ଜିଲ୍ଲା ବିଜେଡି ସମ୍ପାଦକ ହୃଷିକେଶ ସାମଲ। ସମସ୍ତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ ବିଜେପିର ଉପସ୍ଥିତ ଅତିଥିମାନେ। 

ଧର୍ମଶାଳାରେ ବିଜେଡି କର୍ମୀମାନେ ନେତାଙ୍କ ଉପରେ ଆସ୍ଥା ହରାଉଥିବାରୁ ସେମାନେ ଦଳ ଛାଡି ବିଜେପିରେ ସାମିଲ ହେଉଥିବା କୁହାଯାଉଛି। ଏମିତିକି ପଞ୍ଚାୟତ ନିର୍ବାଚନ ବେଳକୁ ଏଠାରେ ବିଜେଡିର ସତ୍ତା ରହିବ ନାହିଁ ବୋଲି କୁହାଯାଉଛି। 

Advertisment

ଧର୍ମଶାଳା ନିର୍ବଚନ ମଣ୍ଡଳୀର କୁମାରୀ ପଂଚାୟତ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅୟୋଜିତ ଆଜିର ମିଶ୍ରଣ ପର୍ବରେ ଅତିଥି ଭାବେ ବିଧାୟକ ହିମାଂଶୁ ଶେଖର ସାହୁ, ବିଜେପି ଜିଲ୍ଲା ସଭାପତି ଦେବଯାନୀ ପ୍ରଧାନ, ଯାଜପୁରର ପୁର୍ବତନ ସାଂସଦ ରୀତା ତରେଇ, ପୂର୍ବତନ ବିଜେପି ଜିଲ୍ଲା ସଭାପତି ଗୌତମ ରାୟ ଓ ବରୀର ବିଜେପି ନେତା ଉମେଶ ଜେନା ଯୋଗ ଦେଇଥିଲେ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe