Advertisment

ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି ସିଲ୍‌, ବମ୍ବେ ଟିମ୍‌ର ଖୋଳତାଡ଼

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଜଟଣୀରେ ଠାବ ହୋଇଛି ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି । ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ବେଳେ ବମ୍ବେରୁ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି। ଏହାପରେ ଏହି ଘରକୁ ସିଲ୍‌ କରି ଦିଆଯାଇଥିବା ଜଣାଯାଇଛି। ସୂଚନାଯୋଗ୍ୟ, ବିଭିନ୍ନ ନାମୀଦାମୀ କମ୍ପାନୀ ମଶାମରା ଲିକ୍ୟୁଡି ପ୍ରସ୍ତତ କରି ବଜାରକୁ ଛାଡ଼ୁଛନ୍ତି। କିନ୍ତୁ କିଛି ଲାଭଖୋର ମନୋବୃତ୍ତିର ଲୋକେ ବଜାରରେ ଏହାର ନକଲ ଛାଡ଼ୁଛନ୍ତି। ଓଡ଼ିଶା ବଜାରରେ ଏହିପରି କିଛି ନକଲି […]

author-image
Niharika Rout
ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି ସିଲ୍‌, ବମ୍ବେ ଟିମ୍‌ର ଖୋଳତାଡ଼

liquid

ଖୋର୍ଦ୍ଧା(ବଳରାମ ଲେଙ୍କା): ଖୋର୍ଦ୍ଧାର ଜଟଣୀରେ ଠାବ ହୋଇଛି ନକଲି ମଶାମରା ଲିକ୍ୟୁଡି ଫ୍ୟାକ୍ଟ୍ରି । ଏହାର ଚେର ରାଜ୍ୟ ବାହାରକୁ ଲମ୍ବିଥିବା ବେଳେ ବମ୍ବେରୁ ଏକ ପୁଲିସ୍‌ ଟିମ୍‌ ପହଞ୍ଚି ଖୋଳତାଡ଼ କରିଛି। ଏହାପରେ ଏହି ଘରକୁ ସିଲ୍‌ କରି ଦିଆଯାଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ବିଭିନ୍ନ ନାମୀଦାମୀ କମ୍ପାନୀ ମଶାମରା ଲିକ୍ୟୁଡି ପ୍ରସ୍ତତ କରି ବଜାରକୁ ଛାଡ଼ୁଛନ୍ତି। କିନ୍ତୁ କିଛି ଲାଭଖୋର ମନୋବୃତ୍ତିର ଲୋକେ ବଜାରରେ ଏହାର ନକଲ ଛାଡ଼ୁଛନ୍ତି।

[caption id="attachment_770510" align="aligncenter" width="650"]liquid ଜବତ ମଶାମରା ଲିକ୍ୟୁଡି ।[/caption]

Advertisment

ଓଡ଼ିଶା ବଜାରରେ ଏହିପରି କିଛି ନକଲି ମଶାମରା ଲିକ୍ୟୁଡି ବିକ୍ରି ହେଉଥିବା ଖବର ପାଇ ବମ୍ବେରୁ ଏକ ଟିମ୍‌ ଗତକାଲି ଜଟଣୀରେ ପହଞ୍ଚିଥିଲା।  ଏହାପରେ ସ୍ଥାନୀୟ ପୁଲିସ୍‌ ସହାୟତାରେ ଯାଞ୍ଚ କରାଯାଇ କିଛି ଲିକ୍ୟୁଡିର ସାମ୍ପଲ ସଂଗ୍ରହ କରାଯାଇଛି। ପରେ ପୁଲିସ  ଓ ଓକିଲଙ୍କ ଉପସ୍ଥିତି ଏହି ଘର କୁ ସିଲ୍ କରାଯାଇଛି।

ହେଲେ କମ୍ପାନୀ ମାଲିକ ନକଲି ସାମଗ୍ରୀ ପ୍ରସ୍ତୁତ ଖବରକୁ ଖଣ୍ଡନ କରିଛନ୍ତି। ସେ ନିଜ ବ୍ରାଣ୍ଡରେ ଏହାକୁ ଛାଡ଼ୁଥିବା ବେଳେ କୌଣସି ନକଲ କରୁ ନ ଥିବା ସଫେଇ ଦେଇଛନ୍ତି। ତେବେ ପୁଲିସ୍‌ ତଦନ୍ତ ପରେ ସତ କ’ଣ ତାହା ପଦାକୁ ଆସିବ ।