Advertisment

ଦୁର୍ଘଟଣାରେ ଚାଲିଗଲା ମା’ପୁଅଙ୍କ ଜୀବନ

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନଏଚ୍‌ ୫୨୦ କଣ୍ଡରା ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ମା’ ସୁଲୋଚନା ଗିରି ଓ ପୁଅ ସୁଶୀଲ ଗିରି। ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍‌ରେ ସୁଲୋଚନା ଓ ସୁଶୀଲ ବାସୁଦେବପୁରରୁ ଡଡ଼ୁଆଁସ୍ଥିତ  ନିଜ ଘରକୁ ଯାଉଥିଲେ। ଏହି […]

author-image
Jyoshna Pradhan
ସାଇକେଲକୁ ପିଟିଲା ବାଇକ୍;  ଆଖି ବୁଜିଲେ ଜଣେ

accident

କେନ୍ଦୁଝର(ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ଏନଏଚ୍‌ ୫୨୦ କଣ୍ଡରା ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍‌ ଓ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ମା’ ସୁଲୋଚନା ଗିରି ଓ ପୁଅ ସୁଶୀଲ ଗିରି।

Advertisment

ଆଜି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଏକ ବାଇକ୍‌ରେ ସୁଲୋଚନା ଓ ସୁଶୀଲ ବାସୁଦେବପୁରରୁ ଡଡ଼ୁଆଁସ୍ଥିତ  ନିଜ ଘରକୁ ଯାଉଥିଲେ। ଏହି ସମୟରେ କଣ୍ଡରା ଛକ ନିକଟରେ ଏକ ଆଇରନ ବୋଝେଇ ଟ୍ରକ୍‌ ସହ ସେମାନଙ୍କ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁଲୋଚନାଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ସୁଶୀଲଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି।