Advertisment

Death: ସମୁଦ୍ରରେ ବୁଡ଼ି ମା’ପୁଅ ମୃତ

ରାଞ୍ଚିରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥିବା କୁସୁମ ଓ ଅଙ୍କିତ ଆଜି ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ଗାଧୋଉଥିଲେ। ସେହି ସମୟରେ ଉଚ୍ଚ ଜୁଆର ଆସିବାରୁ ଉଭୟ ମା’ପୁଅ ଭାସି ଯାଇଥିଲେ।

Police
Advertisment

ପୁରୀରେ ସମୁଦ୍ରରେ ବୁଡ଼ି ମା’ପୁଅଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଉଛନ୍ତି କୁସୁମ ଗୁପ୍ତା ଓ ତାଙ୍କ ପୁଅ ଅଙ୍କିତ ଗୁପ୍ତା। ସେମାନେ ଝାରଖଣ୍ଡର ରାଞ୍ଚିର ବାସିନ୍ଦା ଥିଲେ।

Advertisment

ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ରାଞ୍ଚିରୁ ପୁରୀ ଆସିଥିବା କୁସୁମ ଓ ଅଙ୍କିତ ଆଜି ଚକ୍ରତୀର୍ଥ ରୋଡ୍ ବେଳାଭୂମିରେ ଗାଧୋଉଥିଲେ। ସେହି ସମୟରେ ଉଚ୍ଚ ଜୁଆର ଆସିବାରୁ ଉଭୟ ମା’ପୁଅ ଭାସି ଯାଇଥିଲେ। ମା’ କୁସୁମ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଉଥିବା ଦେଖି ଅଙ୍କିତ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ କରିଥିଲେ। କିନ୍ତୁ ଅଙ୍କିତଙ୍କ ଉଦ୍ୟମ ସଫଳ ହୋଇ ନଥିଲା। ଉଭୟ ମା’ପୁଅ ସମୁଦ୍ରରେ ବୁଡ଼ି ଯାଇଥିଲେ।

ଲାଇଫଗାର୍ଡ, ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପୁରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।    

Advertisment

ପୁରୀ ବେଳାଭୂମିରେ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି। ତେଣୁ ସୁରକ୍ଷିତ ସମୁଦ୍ର ସ୍ନାନ କରିବା ନେଇ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକଙ୍କୁ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe