/odisha-reporter/media/post_attachments/uploads/2020/05/dkl-6600.jpg)
dkl
କାମାକ୍ଷାନଗର (ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ କୂଅରେ ପଡ଼ି ଜଣେ ମହିଳା ଓ ତାଙ୍କ ପୁଅର ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଜୟନ୍ତୀ ସାହୁ ଓ ତାଙ୍କ ପୁଅ ପ୍ରିନ୍ସ(୩)।
Advertisment
ଜୟନ୍ତୀଙ୍କ ଶାଶୂ ଘର ଡିହଡ଼ଳରେ। ହେଲେ କିଛି ଦିନ ତଳେ ସେ ପୁଅକୁ ଧରି ତାଙ୍କ ବାପ ଘର ତୋରଡ଼ାନାଳିକୁ ଆସିଥିଲେ।
ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ପ୍ରିନ୍ସ ଘର ବାହାରେ ଖେଳୁଥିଲେ। ଏହି ସମୟରେ ପାଖରେ ଥିବା ଏକ କୂଅରେ ପ୍ରିନ୍ସ ଖସି ପଡ଼ିଥିଲେ। ଏହା ପରେ ତାଙ୍କୁ ବଞ୍ଚାଇବାକୁ ଯାଇ ଜୟନ୍ତୀ କୂଅ ଭିତରକୁ ଡେଇଁ ପଡ଼ିଥିଲେ। ଗାଁ ଲୋକେ ସେମାନଙ୍କୁ କୂଅରୁ ବାହାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
