କାହିଁକି ସମୟ ଟିକେ ପଛକୁ ଫେରିଯାଉନି! ମୁଁ ମୋ ଭାଇଟାକୁ ଛାତିରେ ଜାବୁଡ଼ି ଧରନ୍ତି! ତାକୁ କୁଆଡ଼େ ବି ଛାଡ଼ନ୍ତିନି! ନିଜେ ବଡ଼ଭାଇ ଆଣି ଷ୍ଟେସନରେ ଛାଡ଼ିଯାଇଥିଲା। ୩ ଘଣ୍ଟା ବି ପୂରିଲାନି। ଭାଇକୁ ଫୋନ କଲାବେଳକୁ କେହି ଉଠାଇ କହୁଛନ୍ତି ଟ୍ରେନ ଆକ୍ସିଡେଣ୍ଟ ହୋଇଯାଇଛି। ଶୁଣୁ ଶୁଣୁ ପାଦତଳୁ ମାଟି ଖସିପଡୁଥିଲା ଯେମିତି। ୨ ଦିନ ତଳର କଥା ମନେପକେଇ ଭୋ ଭୋ ହୋଇ କାନ୍ଦୁଛି ଭାଇ। କେତେ କରି କହୁଥିଲା କୁନ୍ଦନ ତୁ ଆଉ କିଛିଦିନ ରହିଯା.। ଦୀର୍ଘଦିନ ପରେ ଘରକୁ ଫେରିଥିଲା ଭାଇ।