Advertisment

ଆଉ ପାରିଲାନି , ପ୍ରସବ କରି ପିଲାକୁ ବାଟରେ ପର କରିଦେଲା ମା’

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ । ପ୍ରସବ କରି ପିଲାକୁ ପର କରିଦେଲା ମା’। ଯନ୍ତ୍ରଣାର ଜ୍ୱାଳାରେ ମରିଗଲା ମମତା। ଆଉ ନବଜାତ ଶିଶୁକୁ ଛାଡି ପଳାଇଲା ମା’। ଏମିତି ଏକ ସ୍ପର୍ଷକାତର ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସାନ ନୂଆଗାଁରୁ ଆସିଛି। ପ୍ରବାସୀଙ୍କ ଦୁଖଃ ସବୁସୀମା ଟପି ଯାଇଛି । ଶନିବାର ଦିନ ଜଣେ ମା ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇ ଛାଡି ପଡ଼ାଇଛନ୍ତି I ଶିଶୁଟି ଏବେ […]

ଆଉ ପାରିଲାନି , ପ୍ରସବ କରି ପିଲାକୁ ବାଟରେ ପର କରିଦେଲା ମା’  

TAPASA-1

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): କମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ । ପ୍ରସବ କରି ପିଲାକୁ ପର କରିଦେଲା ମା’। ଯନ୍ତ୍ରଣାର ଜ୍ୱାଳାରେ ମରିଗଲା ମମତା। ଆଉ ନବଜାତ ଶିଶୁକୁ ଛାଡି ପଳାଇଲା ମା’। ଏମିତି ଏକ ସ୍ପର୍ଷକାତର ଘଟଣା ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ସାନ ନୂଆଗାଁରୁ ଆସିଛି। ପ୍ରବାସୀଙ୍କ ଦୁଖଃ ସବୁସୀମା ଟପି ଯାଇଛି । ଶନିବାର ଦିନ ଜଣେ ମା ଏହି ଶିଶୁ ପୁତ୍ରକୁ ଜନ୍ମ ଦେଇ ଛାଡି ପଡ଼ାଇଛନ୍ତି I ଶିଶୁଟି ଏବେ ଦିଶା ଚାଇଲ୍ଡ ଲାଇନ ରେ ରହିଛି । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି ।

Advertisment

ସୂଚନା ଅନୁଯାୟୀ, ଝାଡ଼ଖଣ୍ଡରୁ ଛତିଶଗଡ଼ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ଜଣେ ମହିଳା ଥିଲେ। ତେବେ ସାନ ନୂଆଗାଁ ନିକଟରେ ଶନିବାର ରାତିରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ।  ଶିଶୁ  ପୁତ୍ରକୁ ଜନ୍ମ ଦେବା ପରେ ତାର ମା’ ତାକୁ ସାଙ୍ଗରେ ନେବାକୁ ଚାହୁଁଥିଲା । ମାତ୍ର ସାଙ୍ଗରେ ଥିବା ଶ୍ରମିକଙ୍କ ଚାପରେ ଶିଶୁ ପୁତ୍ରକୁ ଛାଡିବାକୁ ପଡିଲା । କିଛି ସମୟ ପରେ ସ୍ଥାନୀୟ ଗାଁ ଲୋକେ ଶିଶୁ ଟିକୁ ଦେଖି ଘରକୁ ନେଇଥିଲେ ଏବଂ ଚାଇଲଡ଼ ଲାଇନକୁ ଖବର ଦେଇଥିଲେ । ଖବର ପାଇ ଚାଇଲଡ଼ ଲାଇନ ଟିମ ଶିଶୁ ଟିକୁ ଆଣି ରାଉରକେଲା ସରକାରୀ ହସପିଟାଲ ରେ ଭର୍ତ୍ତି କରିଥିଲେ । ରବିବାର ନବଜାତ ଶିଶୁକୁ RGH ରୁ ନେଇ ଚାଇଲଡ଼ ଲାଇନ "ଦିଶା" ରେ ରଖିଛି । ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଛି । ଦିଶାର କର୍ମଚାରି ମାନେ ଶିଶୁଟିର ଯତ୍ନ ନେଉଛନ୍ତି l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe