Advertisment

ପୁଅକୁ ଘରୁ ଡାକିନେଇ ପିଟିପିଟି ମାରିଦେଲେ: ମା' ଆଣିଲେ ଏମିତି ସାଂଘାତିକ ଅଭିଯୋଗ

ପାଟକୁରା (ମନୋଜ ସ୍ୱାଇଁ): “ଘରୁ ଡାକି ନେଇ ବାଡ଼େଇ ବାଡ଼େଇ ମାରିଦେଲେ। ପରେ ତା’ର ମୃତଦେହକୁ ଟାଙ୍ଗି ଦେଲେ।” ପୁଲିସ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମାଆ। ଚୋରି ଅଭିଯୋଗରେ ପୁଲିସ ଗିରଫ କରିଥିବା ମାର୍ଶାଘାଇ ବାଲଣା ଗାଁର ଅବିନାଶ ପାଇଟାଳଙ୍କ ମୃତଦେହ ମିଳିବା ପରେ ତାଙ୍କ ମାଆ ଆଜି ଏପରି ଆରୋପ କରିଛନ୍ତି। ପୂରା ଘଟଣାଟି ଏମିତି: ଚୋରି ଅଭିଯୋଗରେ ଅବିନାଶ ପାଇଟାଳଙ୍କୁ ଗତକାଲି ଦିନ ବେଳେ ଘରୁ ଉଠାଇ ନେଇଥିଲା ପୁଲିସ୍। […]

ପୁଅକୁ ଘରୁ ଡାକିନେଇ ପିଟିପିଟି ମାରିଦେଲେ: ମା' ଆଣିଲେ ଏମିତି ସାଂଘାତିକ ଅଭିଯୋଗ

patakura

Advertisment

ପାଟକୁରା (ମନୋଜ ସ୍ୱାଇଁ): “ଘରୁ ଡାକି ନେଇ ବାଡ଼େଇ ବାଡ଼େଇ ମାରିଦେଲେ। ପରେ ତା’ର ମୃତଦେହକୁ ଟାଙ୍ଗି ଦେଲେ।” ପୁଲିସ ବିରୋଧରେ ଏପରି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମାଆ। ଚୋରି ଅଭିଯୋଗରେ ପୁଲିସ ଗିରଫ କରିଥିବା ମାର୍ଶାଘାଇ ବାଲଣା ଗାଁର ଅବିନାଶ ପାଇଟାଳଙ୍କ ମୃତଦେହ ମିଳିବା ପରେ ତାଙ୍କ ମାଆ ଆଜି ଏପରି ଆରୋପ କରିଛନ୍ତି।

Advertisment

ପୂରା ଘଟଣାଟି ଏମିତି: ଚୋରି ଅଭିଯୋଗରେ ଅବିନାଶ ପାଇଟାଳଙ୍କୁ ଗତକାଲି ଦିନ ବେଳେ ଘରୁ ଉଠାଇ ନେଇଥିଲା ପୁଲିସ୍। ଆଜି ଭୋର ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ସନ୍ଦେହଜନକ ଅବସ୍ଥାରେ ଜଣଙ୍କ ଶିଡ଼ିଘରୁ ତାଙ୍କର ଝୁଲନ୍ତା ମୃତଦେହ ମିଳିଥିଲା। ରାତିରେ ଅବିନାଶ ଶୌଚ ହେବା ବାହାନାରେ ହେପାଜତରୁ ଖସି ଯାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ କହୁଥିଲା ବେଳେ ପରିବାର ଲୋକେ କିନ୍ତୁ ପୁଅକୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି।

kendrapadaପରିବାରକୁ କ୍ଷତିପୂରଣ ଓ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମହାକାଳପଡ଼ାରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା। ରାସ୍ତାରୋକ ଓ ପୋଡ଼ାଜଳା ମଧ୍ୟ ହୋଇଥିଲା।

Advertisment

ଉତ୍ତେଜନା ବଢ଼ିବାରୁ ପୁଲିସ୍‌ ଓ ପ୍ରଶାସନର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ପରିବାରକୁ ୨ ଲକ୍ଷ ୧୦ ହଜାର ଟଙ୍କାର ଅନୁକମ୍ପା ସାହାଯ୍ୟ ପ୍ରଦାନ ସାଙ୍ଗକୁ ପରିବାରର ଜଣଙ୍କୁ ହୋମ୍‌ଗାର୍ଡ ଚାକିରିର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା।

ସେପଟେ ଘଟଣାକୁ ଗୁରୁତ୍ୱର ସହ ନେଇ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ମହାକାଳପଡ଼ା ଥାନା ଆଇଆଇସି ଶ୍ୟାମଘନ ବେହେରାଙ୍କୁ ସସ୍‌ପେଣ୍ଡ କରିଛନ୍ତି ପୁଲିସ୍ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା। ଡ୍ୟୁଟିରେ ଖିଲାପ କରିଥିବା ଅନ୍ୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସ୍‌ପିଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ତଦନ୍ତ ପାଇଁ ହେଡ୍‌କ୍ୱାର୍ଟର୍ସ ଡିଏସ୍‌ପି କାର୍ତ୍ତିକ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe