Advertisment

ଛୁଆ ପାଖକୁ ମାଡ଼ି ଆସୁଥିଲା ମୃତ୍ୟୁ, ବାଟ ଓଗାଳିଲା ମା’

ଯାଜପୁର (ଓଡ଼ିଶା ରିପୋର୍ଟର): ଛୁଆ ଉପରକୁ ବିପଦ ଘନେଇ ଆସିଲେ କେଉଁ ମା’ ବା ସହିବ। ନିଜ ଛୁଆର କଷ୍ଟକୁ କେବେ ବି ସହିପାରିନେ ମା’। ଦରକାର ପଡ଼ିଲେ ଛୁଆ ପାଇଁ ନିଜ ଜୀବନ ଦେବାକୁ ପଛାଏନି।  ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ଼ ଗାଁରେ। ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ରାଉତ। ଆଜି ସକାଳେ ପ୍ରିୟଦର୍ଶିନୀ ତାଙ୍କର ବର୍ଷକର ଶିଶୁ ପୁତ୍ରକୁ ଶୁଆଇ ଘର କାମ କରୁଥିଲେ। ହଠାତ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
ଛୁଆ ପାଖକୁ ମାଡ଼ି ଆସୁଥିଲା ମୃତ୍ୟୁ, ବାଟ ଓଗାଳିଲା ମା’

snake bite

ଯାଜପୁର (ଓଡ଼ିଶା ରିପୋର୍ଟର): ଛୁଆ ଉପରକୁ ବିପଦ ଘନେଇ ଆସିଲେ କେଉଁ ମା’ ବା ସହିବ। ନିଜ ଛୁଆର କଷ୍ଟକୁ କେବେ ବି ସହିପାରିନେ ମା’। ଦରକାର ପଡ଼ିଲେ ଛୁଆ ପାଇଁ ନିଜ ଜୀବନ ଦେବାକୁ ପଛାଏନି।  ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ତଳିହା ପଂଚାୟତ ଦେଉଳବାଡ଼ ଗାଁରେ। ମୃତ ମହିଳାଙ୍କ ନାଁ ପ୍ରିୟଦର୍ଶିନୀ ରାଉତ।

Advertisment

ଆଜି ସକାଳେ ପ୍ରିୟଦର୍ଶିନୀ ତାଙ୍କର ବର୍ଷକର ଶିଶୁ ପୁତ୍ରକୁ ଶୁଆଇ ଘର କାମ କରୁଥିଲେ। ହଠାତ୍‌ ତାଙ୍କ ଆଖି ପଡ଼ିଗଲା ଏକ ନାଗ ସାପ ଉପରେ। ସାପଟି ତାଙ୍କ ପୁଅ ଆଡ଼କୁ ଜୋରରେ ମାଡ଼ି ଯାଉଥିଲା।

ପୁଅକୁ ସାପ କବଳରୁ ରକ୍ଷା କରିବାକୁ ଧାଇଁ ଆସିଲେ ପ୍ରିୟଦର୍ଶିନୀ। କିଛି ଉପାୟ ନ ପାଇ ସେ ସାପର ଲାଙ୍ଗୁଡ଼ ଧରି ଫୋପାଡ଼ି ଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସାପଟି ବୁଲି ପଡ଼ି ତାଙ୍କୁ ଚୋଟ ମାରି ଦେଇଥିଲା।

Advertisment

ପରିବାର ଲୋକ ପ୍ରିୟଦର୍ଶୀନିଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ମୁଖ୍ୟ  ଡାକ୍ତରଖାନା ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ୨୬ ବର୍ଷୀୟା ପ୍ରିୟଦର୍ଶୀନି ୨୦୧୯ ମସିହାରେ ଦେଉଳବାଡ଼ ଗାଁର ଚିନ୍ମୟ ରାଉତଙ୍କୁ ବିବାହ କରିଥିଲେ। ୨୦୨୦ ମସିହାରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

Odia News