Advertisment

ଆଇପିଏଲ୍‌ ବେଟିଂରେ ହାରିଗଲେ ମା’ପୁଅ, ବାଛିନେଲେ ଏପରି ବାଟ...

ରାୟଗଡ଼ା(ଟି ଗୌରି ଶଙ୍କର):  କାଳ ହେଲା ଆଇପିଏଲ୍‌ ବେଟିଂ । ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ଜୀବନ ହାରିଦେଲେ ମା’, ପୁଅ। ଉଭୟ ମା’ ପୁଅ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେଶଖାଲ ଥାନା ଅନ୍ତର୍ଗତ ଝିମିଡ଼ିପେଟା ଗାଁର ସ୍ୟାମେସ ଗୁଡ଼ୁଲା ଓ ତାଙ୍କ ମା’ ରଜନୀ ଗୁଡୁଲା। ସ୍ୟାମେସ ଓ ତାଙ୍କ ମା’ ରଜନୀ ଆଇପିଏଲ୍‌ ବେଟିଂରେ […]

ଅଦ୍ୟତନ ହୋଇଛି
ଆଇପିଏଲ୍‌ ବେଟିଂରେ ହାରିଗଲେ ମା’ପୁଅ, ବାଛିନେଲେ ଏପରି ବାଟ...

ipl

Advertisment

ରାୟଗଡ଼ା(ଟି ଗୌରି ଶଙ୍କର):  କାଳ ହେଲା ଆଇପିଏଲ୍‌ ବେଟିଂ । ବେଟିଂରେ ବିପୁଳ ଅର୍ଥ ହାରିବା ପରେ ଦୁଃଖରେ ଭାଙ୍ଗି ଜୀବନ ହାରିଦେଲେ ମା’, ପୁଅ। ଉଭୟ ମା’ ପୁଅ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରାୟଗଡ଼ା ଜିଲ୍ଲାରେ ଏପରି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସେଶଖାଲ ଥାନା ଅନ୍ତର୍ଗତ ଝିମିଡ଼ିପେଟା ଗାଁର ସ୍ୟାମେସ ଗୁଡ଼ୁଲା ଓ ତାଙ୍କ ମା’ ରଜନୀ ଗୁଡୁଲା।

Advertisment

ସ୍ୟାମେସ ଓ ତାଙ୍କ ମା’ ରଜନୀ ଆଇପିଏଲ୍‌ ବେଟିଂରେ ବିପୁଳ ଅର୍ଥ ଲଗାଇଥିଲେ।  ଏଥିନିମନ୍ତେ ସେମାନେ ବହୁ ଟଙ୍କା ଧାର ଉଧାର କରିଥିଲେ। ହେଲେ ଟଙ୍କା ଶୁଝିବା ନାଁ ଧରୁ ନ ଥିଲେ।  ୩ ଦିନ ପୂର୍ବେ ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ସେମାନଙ୍କ ଘରକୁ ଆସିଥିଲେ । ସ୍ୟାମେସ ଓ ତାଙ୍କ ମା’ଙ୍କ ସହ  ସେମାନଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହାପରେ ସେମାନେ ଘରୁ ବହୁ ମୂଲ୍ୟବାନ ଜିନିଷ ଉଠାଇ ନେଇଥିଲେ। ଯିବା ବେଳେ ବାକି ଟଙ୍କା ତୁରନ୍ତ ଫେରାଇବାକୁ ଧମକଚମକ ଦେଇଯାଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।

ଆଇପିଏଲ୍‌ ବେଟିଂରେ ବିପୁଳ ଅର୍ଥ ହାରିବା ଦୁଃଖ ସହ  ଧାର ଟଙ୍କା ଶୁଝି ପାରୁ ନ ଥିବାରୁ ମାନସିକ ଭାରସାମ୍ୟ ହରାଇ ସ୍ୟାମେସ ଓ ରଜନୀ ଉଭୟ ବିଷ ପିଇ ଦେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।   ଗୁରୁତର ଅବସ୍ଥାରେ ରଜନୀଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଆଜି ସକାଳେ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଗତ ରାତିରେ ଘରେ ସ୍ୟାମେସଙ୍କ ମୃତ୍ୟୁ ଘଟିଛି।

Advertisment

ପୁଲିସ୍‌ ମା’ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।

IPL 2022 Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe