Advertisment

ମା’ମାନେ ଘରର ପୁଲିସ, ଘରଲୋକଙ୍କୁ ଅଟକାନ୍ତୁ: ସୁଜାତା କାର୍ତ୍ତିକେୟନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଥିବାବେଳେ ସାଧାରଣ ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ କହିଛନ୍ତି। ପୁଲିସ ଯେଭଳି ବାହାରେ ଅନୁଶାସନ ବଜାୟ ରଖୁଛି, ମା’ମାନେ ଘରର ପୁଲିସ ହୋଇ ଘରଲୋକଙ୍କ ଉପରେ ଅନୁଶାସନ ଲାଗୁ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଆଜି ରାଜ୍ୟ […]

author-image
Subrat Kumar Nayak
ମା’ମାନେ ଘରର ପୁଲିସ, ଘରଲୋକଙ୍କୁ ଅଟକାନ୍ତୁ: ସୁଜାତା କାର୍ତ୍ତିକେୟନ୍‌

sujata

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଥିବାବେଳେ ସାଧାରଣ ଲୋକଙ୍କ ପାଖରେ ସହାୟତାର ହାତ ବଢ଼ାଇବା ଦିଗରେ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ୍ କହିଛନ୍ତି। ପୁଲିସ ଯେଭଳି ବାହାରେ ଅନୁଶାସନ ବଜାୟ ରଖୁଛି, ମା’ମାନେ ଘରର ପୁଲିସ ହୋଇ ଘରଲୋକଙ୍କ ଉପରେ ଅନୁଶାସନ ଲାଗୁ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Advertisment

ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ, କଠିନ ସମୟରେ ରାଜ୍ୟର ୭୦ଲକ୍ଷ ମହିଳା ଏସଏଚଜି ସଦସ୍ୟାମାନେ ସାଧାରଣ ଲୋକ ଓ ସରକାରଙ୍କ ମଧ୍ୟରେ ସଂଯୋଗର ସେତୁ ଭାବେ କାର୍ଯ୍ୟ କରିଛନ୍ତି। କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଯେତେବେଳେ ବିସ୍ତୃତ ଇସ୍ତାହାର ପ୍ରସ୍ତୁତ କଲେ ଓ ସାଧାରଣ ଲୋକଙ୍କୁ ସଚେତନ କରିବାକୁ ଚାହିଁଲେ, ସେତେବେଳେ ମାତ୍ର ୩ଦିନ ମଧ୍ୟରେ କରୋନା ସମ୍ପର୍କିତ ସଚେତନତା ବାର୍ତ୍ତାକୁ ଏସଏଚଜିର ମା’ମାନେ ଘରେଘରେ ପହଞ୍ଚାଇଥିଲେ।

ଜିଲ୍ଲା ପ୍ରଶାସନ ସହ ମିଶି ଲୋକଙ୍କ ପାଖରେ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି। ଛତ୍ରପୁର, ବ୍ରହ୍ମପୁର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ୱର ଭଳି ସ୍ଥାନରେ ମା’ମାନେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ରାସନ ସାମଗ୍ରୀ ସବୁ ଲୋକଙ୍କ ପାଖରେ ପହଂଚାଇଛନ୍ତି। ପଞ୍ଚାୟତରେ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ଦେଇଛନ୍ତି। ଏପର୍ଯ୍ୟନ୍ତ ପ୍ରାୟ ୨୫ଲକ୍ଷ ମିଲ୍ ଲୋକଙ୍କୁ ଦେବାରେ ସେମାନେ ସକ୍ଷମ ହୋଇଛନ୍ତି। ସେହିପରି ମା’ମାନେ ନିଜେ ଘରେ ମାସ୍କ ତିଆରି କରି ସେଗୁଡ଼ିକୁ ସରକାର ଓ ବେସରକାରୀ ସଂସ୍ଥାକୁ ସ୍ୱଳ୍ପ ଦାମରେ ବିକ୍ରି କରୁଛନ୍ତି। ଏପର୍ଯ୍ୟନ୍ତ ୧୦ଲକ୍ଷ ମାସ୍କ ସେମାନେ ପ୍ରସ୍ତୁତ କରି ଦେଇସାରିଲେଣି।

Advertisment

୬ଲକ୍ଷ ଏସଏଚଜିରେ ପ୍ରାୟ ୭୦ଲକ୍ଷ ସଦସ୍ୟା ଅଛନ୍ତି। ଏହି ମା’ମାନେ ରାଜ୍ୟର ୭୦ଲକ୍ଷ ପରିବାରର। ସେମାନେ ନିଜ ଘରର ପୁଲିସ ହୋଇ ଘରଲୋକଙ୍କ ଉପରେ ଅନୁଶାସନ ଲାଗୁ କରନ୍ତୁ। ଘରଲୋକଙ୍କୁ ଘରେ ଅଟକାନ୍ତୁ। ଯେଭଳି ପୁଲିସ୍ ବାହାରେ ଅନୁଶାସନ ବଜାୟ ରଖୁଛି, ମା’ମାନେ ସେଭଳି କରନ୍ତୁ। ଏହା ଦ୍ୱାରା ସମସ୍ତେ ମିଶି କରୋନା ଲଢ଼େଇକୁ ଜିତିପାରିବା ଓ ଏହି କଠିନ ସମୟ ଚାଲିଯିବ ବୋଲି ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି।