Advertisment

ରେଳଲାଇନରୁ ମିଳିଲା ଆଦିତ୍ୟଙ୍କ ମୃତଦେହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ… କେହି ଜାଣି ପାରନ୍ତି ନାହିଁ।” କିଏ ଜାଣିଥିଲା.. ସୋଶାଲ ମିଡିଆରେ ଏଇ କେତେକ ଧାଡ଼ି ଆଦିତ୍ୟଙ୍କର ଶେଷ କଥା ହୋଇ ରହିଯିବ। ଯୁବପିଢ଼ିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଞ୍ଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ। ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ନାହାନ୍ତି। ଘଟଣା ଜଣାପଡ଼ିବା ପରେ ଆଦିତ୍ୟଙ୍କ […]

ଅଦ୍ୟତନ ହୋଇଛି
ରେଳଲାଇନରୁ ମିଳିଲା ଆଦିତ୍ୟଙ୍କ ମୃତଦେହ

aditya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): "ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ... କେହି ଜାଣି ପାରନ୍ତି ନାହିଁ।" କିଏ ଜାଣିଥିଲା.. ସୋଶାଲ ମିଡିଆରେ ଏଇ କେତେକ ଧାଡ଼ି ଆଦିତ୍ୟଙ୍କର ଶେଷ କଥା ହୋଇ ରହିଯିବ। ଯୁବପିଢ଼ିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଞ୍ଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ।

Advertisment

ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ମୋଟିଭେସନାଲ ସ୍ପିକର ତଥା ସମାଜିକ କର୍ମୀ ମାନବପ୍ରେମୀ ଆଦିତ୍ୟ ଦାଶ ଆଉ ନାହାନ୍ତି। ଘଟଣା ଜଣାପଡ଼ିବା ପରେ ଆଦିତ୍ୟଙ୍କ ହଜାର ହଜାର ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି। ଜୁଲାଇ ୭ ଅର୍ଥାତ୍ ଆଜି (ମଙ୍ଗଳବାର) ସକାଳେ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନିଜ ଫେସବୁକ୍ ପେଜରେ ଶେଷ ପୋଷ୍ଟ କରି ଆଦିତ୍ୟ କାଳେ ଆତ୍ମହତ୍ୟା କରିଥିବା କୁହାଯାଉଛି।

aditya

ଆଦିତ୍ୟ ଦାଶ ଓରଫ୍ ମାନବପ୍ରେମୀ ସୋଶାଲ ମିଡିଆରେ ଖୁବ୍ ସକ୍ରିୟ ଥିଲେ। ତାଙ୍କର ଗୋଟିଏ ଗୋଟିଏ ଭିଡିଓ ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଉଥିଲା। ଗତ ଜୁନ୍ ମାସରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ। ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ମଧ୍ୟ ଚଲାଉଥିଲେ ଆଦିତ୍ୟ। ଏହାସହ ପିପୁଲ ଫର୍ ସେବା (People For Seva) ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା କାର୍ଯ୍ୟ ମଧ୍ୟ କରୁଥିଲେ। ଆଜି ସକାଳ ପ୍ରାୟ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନସ୍ଥ ରେଳଲାଇନରେ ଆଦିତ୍ୟଙ୍କ ମୃତଦେହ ଠାବ କରାଯାଇଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଦେଇଛି।

Advertisment

aditya

ଆଦିତ୍ୟ ମୃତ୍ୟୁ ପୂର୍ବ ପର୍ଯ୍ୟନ୍ତ ସୋଶାଲ ମିଡିଆରେ ସକ୍ରିୟ ଥିଲେ। ବିବାହ ପରେ ନିଜ ପତ୍ନୀଙ୍କ ସହ 'ଉତ୍ତମ ସମ୍ପର୍କରେ ଭୁଲ ବୁଝାମଣା' ବିଷୟରେ ଏକ ଭିଡିଓ କରି ସେ ଫ୍ୟାନମାନଙ୍କ ସହ ଶେୟାର କରିଥିଲେ। ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଆତ୍ମୀୟ ଓ ପ୍ରଶଂସକମାନେ। ଅନେକଙ୍କ କହିବା ହେଲା ଆଦିତ୍ୟ ଆତ୍ମହତ୍ୟା କରିନାହାନ୍ତି, ତାଙ୍କର ହତ୍ୟା କରାଯାଇଛି।

aditya

ଆଶ୍ଚର୍ଯ୍ୟର କଥା ହେଲା, କିଛି ଦିନ ପୂର୍ବରୁ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏ ନେଇ ଆଦିତ୍ୟ ମଧ୍ୟ ଆତ୍ମହତ୍ୟା କେବେ ସମାଧାନ ନୁହେଁ ବୋଲି ଏକ ପୋଷ୍ଟ ଶେୟାର କରିଥିଲେ। ଅନ୍ୟପଟେ ତାଙ୍କ ପେଜ୍ ପୋଷ୍ଟଗୁଡ଼ିକୁ ଦେଖିଲେ ଆଦିତ୍ୟ କେବେ ଆତ୍ମହତ୍ୟା କରିଥିବେ ବୋଲି ସହଜରେ କେହି ବିଶ୍ୱାସ କରିବେ ନାହିଁ। ସେ ବିବାହ ପରେ ବେଶ୍ ଖିୁସି ଥିବା ତାଙ୍କ ପୋଷ୍ଟ ଦେଖିଲେ ଜଣାପଡ଼ୁଛି। ତେବେ ଆଦିତ୍ୟ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ବା ତାଙ୍କର ହତ୍ୟା ହୋଇଛି ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Aditya Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe