Advertisment

ଦୁଇ ସ୍କୁଲ୍‌ ପିଲା ଆୟୋଜନ କଲେ ମୋଟିଭେସନାଲ୍‌ ସ୍ପିଚ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ବେଗିଜ୍‌ ବର୍ଗରଠାରେ ‘ୱାର୍ଡରିଲ୍‌’ ଅନୁଷ୍ଠାନ ତରଫରୁ ଶବ୍ଦ-ଓପେନ୍‌ ମିକ୍‌ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ପ୍ରତିଭା ମାନେ ଯୋଗଦେଇ ସେମାନଙ୍କ ସୃଜନ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋସାଗରେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଛାତ୍ର ଗଣେଶ ସାହୁ ଓ ରାକେଶ ପରିଡ଼ା ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୱାଳୟର ଅଧ୍ୟାପକ ଡଃ ଦେବୀଲାଲ୍‌ ମିଶ୍ରଙ୍କ ମୋଟିଭେସନାଲ୍‌ ସ୍ପିଚ୍‌ ମୁଖ୍ୟ ଆକର୍ଷଣ ଥିଲା। […]

ଅଦ୍ୟତନ ହୋଇଛି
ଦୁଇ ସ୍କୁଲ୍‌ ପିଲା ଆୟୋଜନ କଲେ ମୋଟିଭେସନାଲ୍‌ ସ୍ପିଚ୍‌ କାର୍ଯ୍ୟକ୍ରମ

mt

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆ ବେଗିଜ୍‌ ବର୍ଗରଠାରେ ‘ୱାର୍ଡରିଲ୍‌’ ଅନୁଷ୍ଠାନ ତରଫରୁ ଶବ୍ଦ-ଓପେନ୍‌ ମିକ୍‌ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସଂଖ୍ୟାରେ ଯୁବ ପ୍ରତିଭା ମାନେ ଯୋଗଦେଇ ସେମାନଙ୍କ ସୃଜନ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗୋସାଗରେଶ୍ୱର ପ୍ରାଥମିକ ବିଦ୍ୟାଳୟରେ ୨ ଜଣ ଛାତ୍ର ଗଣେଶ ସାହୁ ଓ ରାକେଶ ପରିଡ଼ା ଆୟୋଜନ କରିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ୱବିଦ୍ୱାଳୟର ଅଧ୍ୟାପକ ଡଃ ଦେବୀଲାଲ୍‌ ମିଶ୍ରଙ୍କ ମୋଟିଭେସନାଲ୍‌ ସ୍ପିଚ୍‌ ମୁଖ୍ୟ ଆକର୍ଷଣ ଥିଲା। ଜୀବନରେ ଆସୁଥିବା ଆହ୍ୱାନକୁ କେମିତି ସଫଳତାର ସହ ସାମ୍ନା  କରାଯାଇପାରିବ ସେ ବିଷୟରେ ଡଃ ମିଶ୍ର ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବେ ବିଜୁ ପଟ୍ଟନାୟକ ଫିଲ୍ମ ଇନ୍‌ଷ୍ଟିଟ୍ୟୁଟ୍‌ର ଅଧ୍ୟାପକ ତଥା ବିଶିଷ୍ଟ ସିନେ ସମୀକ୍ଷକ ଡଃ ଦିଲ୍ଲୀପ ପାଣି ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୱାର୍ଡରିଲ୍‌ର ସଦସ୍ୟ ଗୌରବ ସାମଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାହିର୍‌ ରଫି ସଂଯୋଜନା କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe