ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଆଜି ଗିରଫ କରାଯାଇଛି। ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି। ତାଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସୁଶାନ୍ତ ସାହୁ ଗତକାଲି ମୋଟୁରୁ ତାଙ୍କ ଗାଁ ନଖରାକୁ ଯାଉଥିଲେ। ଖୋର୍ଦ୍ଧା ନିକଟରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ତାଙ୍କ ଠାରୁ ନଗଦ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା। ତେବେ ସେ ଏହି ଟଙ୍କା କେଉଁଠୁ ଆଣିଲେ ଓ କ’ଣ ପାଇଁ ଏତେ ଟଙ୍କା ଦରକାର ପଡ଼ିଲା, ତା’ର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସେଥିପାଇଁ ତାଙ୍କୁ ଗିରଫ କରାଯାଇଛି।
ଭିଜିଲାନ୍ସ ପକ୍ଷରୁ ଗତକାଲି ତାଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଏହି ସମୟରେ ନିକଟରେ ସେ ତାଙ୍କ ପତ୍ନୀଙ୍କ ନାଁରେ ନଖରାରେ କିଣିଥିବା ଏକ ପ୍ଲଟର କାଗଜପତ୍ର ମିଳିଥିଲା। ଏହି ପ୍ଲଟକୁ ସେ ୨୪ ଲକ୍ଷ ୯୦ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଛି।
ଭୁବନେଶ୍ୱର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇ ସ୍ପେଶାଲ୍ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।
Sri Susanta Kumar Sahoo, Inspector In Charge, Motu PS, MKG has been arrested today for possession of unaccounted cash Rs 2.8 lakh, which he could not satisfactorily account for. He was intercepted yesterday at Khurdha while plying from Motu to his native village, Nakhara.
— Odisha Vigilance (@OdishaVigilance) September 23, 2021
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।