Advertisment

ପୂରା ହେବ ତାଳଚେରର ସ୍ୱପ୍ନ, ସାର କାରଖାନା ପୁନରୁଦ୍ଧାର ପାଇଁ ହେଲା ଚୁକ୍ତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେର ସାର କାରଖାନାର କାମ ଆଗକୁ ନେବାକୁ ଚୀନର ଏମ୍‌ଏସ୍‌ ଉହାନ ଇଞ୍ଜିନିୟରିଂ କର୍ପୋରେସନ ସହ ଏକକ ଭାବରେ ପ୍ରକଳ୍ପ ନିର୍ମାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବା ସହ ଦେଶ ଓ […]

ପୂରା ହେବ ତାଳଚେରର ସ୍ୱପ୍ନ, ସାର କାରଖାନା ପୁନରୁଦ୍ଧାର ପାଇଁ ହେଲା ଚୁକ୍ତି

MoU-signed-for-Talcher-fertiliser-plant-revival

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଳଚେର ସାର କାରଖାନାର କାମ ଆଗକୁ ନେବାକୁ ଚୀନର ଏମ୍‌ଏସ୍‌ ଉହାନ ଇଞ୍ଜିନିୟରିଂ କର୍ପୋରେସନ ସହ ଏକକ ଭାବରେ ପ୍ରକଳ୍ପ ନିର୍ମାଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ କେନ୍ଦ୍ର ରସାୟନ ଓ କୃଷି ସାର ମନ୍ତ୍ରୀ ସଦାନନ୍ଦ ଗୌଡଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ପ୍ରକଳ୍ପ ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବା ସହ ଦେଶ ଓ ରାଜ୍ୟର କୃଷି ବିକାଶରେ ଯଥେଷ୍ଟ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Advertisment

ସେ କହିଛନ୍ତି-“କୋଇଲା ଗ୍ୟାସୀକରଣକୁ ଉପଯୋଗ କରି ୟୁରିଆ ଓ ଆମୋନିଆ ଉତ୍ପାଦନ କରିବ। ଏହାଦ୍ୱାରା ଭାରତର ବିକାଶ ଯାତ୍ରାରେ ନୂଆ କୀର୍ତିମାନ ସ୍ଥାପିତ ହେବ। ଏହି ପ୍ରକଳ୍ପ ୟୁରିଆ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାରେ ସୁଧାର ଆଣିବ ଓ କୃଷି ବିକାଶକୁ ପ୍ରତ୍ସାହିତ କରିବ।”

କେନ୍ଦ୍ର ସରକାର ତାଳଚେର ଫର୍ଟିଲାଇଜର ଫ୍ଲାଣ୍ଟକୁ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କାମ କରୁଛନ୍ତି। ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟ୍‌କୁ ପୁନରୁଦ୍ଧାର କରିବା ପାଇଁ ଭାରତ ସରକାରଙ୍କ ତୈଳ ଉଦ୍ୟୋଗ (ଆର୍‌ସିଏଫ, ସିଆଇଏଲ, ଏଫ୍‌ସିଆଇଏଲ୍‌ ଓ ଗେଲ୍ କମ୍ପାନୀ) ମିଳିତ ଭାବେ କରୁଛନ୍ତି।

Advertisment

ଏହି ପ୍ରକଳ୍ପରେ ପ୍ରାୟ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ହେବ। ଏହାର ଉତ୍ପାଦନ କ୍ଷମତା ୧.୨୭ ଏମ୍‌ଏମ୍‌ଟିପିଏ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe