କୋଭିଡ୍ ଚିକିତ୍ସା: ଘରୋଇ ହସ୍ପିଟାଲ ସହ ଏମଓୟୁ ଅବଧି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ସହ କରିଥିବା ଏମଓୟୁର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଷୟିକ କମିଟିର ପରାମର୍ଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିବା ସହ କୋଭିଡ୍ ଚିକିତ୍ସା କରୁଥିବା ସଂସ୍ଥାଗୁଡ଼ିକ ସହ ଏମଓୟୁ […]

covid

covid

Manoranjan Sial
  • Published: Thursday, 29 October 2020
  • Updated: 29 October 2020, 10:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ସହ କରିଥିବା ଏମଓୟୁର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଷୟିକ କମିଟିର ପରାମର୍ଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିବା ସହ କୋଭିଡ୍ ଚିକିତ୍ସା କରୁଥିବା ସଂସ୍ଥାଗୁଡ଼ିକ ସହ ଏମଓୟୁ ଅବଧିକୁ ଅକ୍ଟୋବର ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଏହାସହିତ ଯେଉଁ କୋଭିଡ୍ ହସ୍ପିଟାଲରେ ୨ସପ୍ତାହ ଧରି ୫୦%ରୁ କମ୍ ରୋଗୀ ଥିବେ ସେଠାରେ ସାଧାରଣ ବେଡ୍ ସଂଖ୍ୟାକୁ ଅଧା ହ୍ରାସ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ୍ ହସ୍ପିଟାଲରେ ଥିବା ଆଇସିୟୁ ବେଡ୍ , ଡାଏଲିସିସ୍ ଓ ପ୍ରସୂତୀ ଗୃହ ସୁବିଧା ଜାରି ରହିବ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ଆର୍ଥିକ ସହାୟତା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos