Advertisment

କୋଭିଡ୍ ଚିକିତ୍ସା: ଘରୋଇ ହସ୍ପିଟାଲ ସହ ଏମଓୟୁ ଅବଧି ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ସହ କରିଥିବା ଏମଓୟୁର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଷୟିକ କମିଟିର ପରାମର୍ଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିବା ସହ କୋଭିଡ୍ ଚିକିତ୍ସା କରୁଥିବା ସଂସ୍ଥାଗୁଡ଼ିକ ସହ ଏମଓୟୁ […]

କୋଭିଡ୍ ଚିକିତ୍ସା: ଘରୋଇ ହସ୍ପିଟାଲ ସହ ଏମଓୟୁ ଅବଧି ବଢ଼ିଲା

covid

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ-୧୯ ଚିକିତ୍ସା ପାଇଁ ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକ ସହ କରିଥିବା ଏମଓୟୁର ଅବଧିକୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବୈଷୟିକ କମିଟିର ପରାମର୍ଶ ଆଧାରରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Advertisment

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିବା ସହ କୋଭିଡ୍ ଚିକିତ୍ସା କରୁଥିବା ସଂସ୍ଥାଗୁଡ଼ିକ ସହ ଏମଓୟୁ ଅବଧିକୁ ଅକ୍ଟୋବର ୧ରୁ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ବୃଦ୍ଧି ନିମନ୍ତେ ସରକାର ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି। ଏହାସହିତ ଯେଉଁ କୋଭିଡ୍ ହସ୍ପିଟାଲରେ ୨ସପ୍ତାହ ଧରି ୫୦%ରୁ କମ୍ ରୋଗୀ ଥିବେ ସେଠାରେ ସାଧାରଣ ବେଡ୍ ସଂଖ୍ୟାକୁ ଅଧା ହ୍ରାସ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋଭିଡ୍ ହସ୍ପିଟାଲରେ ଥିବା ଆଇସିୟୁ ବେଡ୍ , ଡାଏଲିସିସ୍ ଓ ପ୍ରସୂତୀ ଗୃହ ସୁବିଧା ଜାରି ରହିବ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳମାନଙ୍କୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟର ପ୍ରମୁଖ ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ଆର୍ଥିକ ସହାୟତା ଦେଉଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe