Advertisment

ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ଝାଡ଼ିଲେ ଅନୁଭବ

କଟକ (ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗୁଛି। ମଧ୍ୟସ୍ଥ କେନ୍ଦ୍ରକୁ ଆସିନାହାନ୍ତି ଅଭିନେତ୍ରୀ ପତ୍ନୀ ବର୍ଷା। ଯାହାକୁ ନେଇ ଆଜି ଅସନ୍ତୋଷ ଝାଡ଼ିଛନ୍ତି ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନଥିବା କହିଲେ ଅନୁଭବ। ଅନୁଭବ କହିଛନ୍ତି-“ଗତକାଲି ମୁଁ ଆସିଥିଲି। ହେଲେ ସେ ଆସିଲେନି। ଆଜି ମଧ୍ୟ ଆସିଲି। ସେ ଆସିଲେନି। ସୋଶାଲ୍‌ ମିଡିଆ ପାଇଁ […]

ଅଦ୍ୟତନ ହୋଇଛି
ମଧ୍ୟସ୍ଥତା କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ଝାଡ଼ିଲେ ଅନୁଭବ

anubhav-mohanty-and-barsha-priyadarshini

Advertisment

କଟକ (ଓଡ଼ିଶା ରିପୋର୍ଟର): ଅଭିନେତାରୁ ନେତା ହୋଇଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗୁଛି। ମଧ୍ୟସ୍ଥ କେନ୍ଦ୍ରକୁ ଆସିନାହାନ୍ତି ଅଭିନେତ୍ରୀ ପତ୍ନୀ ବର୍ଷା। ଯାହାକୁ ନେଇ ଆଜି ଅସନ୍ତୋଷ ଝାଡ଼ିଛନ୍ତି ଅନୁଭବ। ବାରମ୍ବାର ନୋଟିସ ସତ୍ତ୍ୱେ ବର୍ଷା ଆସୁନଥିବା କହିଲେ ଅନୁଭବ।

Advertisment

ଅନୁଭବ କହିଛନ୍ତି-“ଗତକାଲି ମୁଁ ଆସିଥିଲି। ହେଲେ ସେ ଆସିଲେନି। ଆଜି ମଧ୍ୟ ଆସିଲି। ସେ ଆସିଲେନି। ସୋଶାଲ୍‌ ମିଡିଆ ପାଇଁ ସମୟ ପାଉଛନ୍ତି। କିନ୍ତୁ କୋର୍ଟକୁ ଆସିବାକୁ ସମୟ ନାହିଁ। ଜାଣିଶୁଣି ମାମଲାକୁ ସାରିବାକୁ ସେ ଚାହୁଁନାହାନ୍ତି।”

ସେ ଆହୁରି କହିଛନ୍ତି “ମୁଁ ଆରମ୍ଭରୁ କହିଥିଲି ଘରୋଇ ମାମଲା। ବାହାରେ କେଉଁଠି କିଛି କହିବାକୁ ଚାହୁଁନଥିଲି। କିନ୍ତୁ ବାଧ୍ୟ ହେଉଛି କେତୋଟା କଥା କହିବାକୁ। ଛାଡ଼ପତ୍ର ପାଇଁ ଦିଲ୍ଲୀରେ ମୁଁ ମାମଲା କରିଥିଲି। ତା’ପରେ ବର୍ଷା ମୋ’ ବିରୋଧରେ ଦୁଇଟି ମାମଲା କରିଥିଲେ। ଠିକ୍‌ ଅଛି ସେ ନ୍ୟାୟାଳୟରେ ଦ୍ୱାରସ୍ଥ ହେଲେ। ମୋର ସେଥିରେ କିଛି କହିବାର ନାହିଁ। ନ୍ୟାୟାଳୟ ଯାହା ନିଷ୍ପତ୍ତି ନେବେ। କିନ୍ତୁ ଗୋଟିଏ କଥା ବଝି ପାରୁନାହିଁ, ତାଙ୍କର ସବୁ ପିଟିସନ୍‌ ଉପରେ ବାରମ୍ୱାର ରିପ୍ଲାଏ କଲିଣି। ହେଲେ ରିପ୍ଲାଏ ରିସିଭ୍‌ କରିବାକୁ କେହି ଆସୁ ନାହାନ୍ତି।”

Advertisment

ଅନୁଭବଙ୍କ ଆରୋପକୁ ଖଣ୍ଡନ କରିଛନ୍ତି ବର୍ଷାଙ୍କ ଓକିଲ ଆର. କେ ରଥ। ସେ କହିଛନ୍ତି, “ଦେହ ଖରାପ ହେତୁ ଆଜି ଆସିପାରିବେନି ବୋଲି ବର୍ଷା କୋର୍ଟଙ୍କୁ ଜଣାଇଥିଲେ। ବର୍ଷା ନୁହଁନ୍ତି, ଅନୁଭବ ହିଁ ହାଜର ନହୋଇ ପୂର୍ବରୁ ଦିନ ଗଡ଼ାଇ ଆସିଛନ୍ତି। ଅନୁଭବ କୋର୍ଟ ପ୍ରୋସିଜିଓର ମାନୁନାହାନ୍ତି, ମନଇଚ୍ଛା ପଳାଇ ଆସୁଛନ୍ତି।”

ପୂର୍ବରୁ ଅନୁଭବ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ରକୁ ଆସିଥିବା ବର୍ଷା ଅଭିଯୋଗ କରିଥିଲେ। ଏବେ ଅନୁଭବ ଆସୁଛନ୍ତି। ମାତ୍ର ବର୍ଷା ଆସୁନାହିଁ। ଯାହାକୁ ନେଇ ଆଜି ଅନୁଭବନ ଅସନ୍ତୋଷ ଝାଡ଼ିଛନ୍ତି।

ଛାଡ଼ପତ୍ର ପାଇଁ ଅନୁଭବ କୋର୍ଟରେ ଆବେଦନ କରିବା ପରେ ମୁହଁ ଖୋଲିଥିଲେ ପତ୍ନୀ ବର୍ଷା। ତାଙ୍କୁ ତାଙ୍କ ସ୍ୱାମୀ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ବର୍ଷା।

Barsa Priyadarshini Anubhav Mohanty
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe