Advertisment

ଅନୁଭବଙ୍କ ମିଡ୍ ନାଇଟ୍ ପୋଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଚାଲିଥିବା ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ମିଡ୍ ନାଇଟ୍ ପୋଷ୍ଟକୁ ନେଇ ଚର୍ଚ୍ଚା। ସିରିଜ୍ ଟୁଇଟ୍ କରି ଏହି ମାମଲାରେ ନିଜକୁ ପୀଡିତ ଦର୍ଶାଇ ନ୍ୟାୟ ଲୋଡିଛନ୍ତି ଅଭିନେତାରୁ ରାଜନେତା ବନିଥିବା ଅନୁଭବ। ଏଥିରେ ସେ ଗତ ବର୍ଷର କିଛି ସିସିଟିଭି ଭିଡିଓକୁ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି। କେନ୍ଦ୍ରାପଡା ସାଂସଦ ଅନୁଭବ ଟୁଇଟରେ […]

ଅନୁଭବଙ୍କ ମିଡ୍ ନାଇଟ୍ ପୋଷ୍ଟ

anubhav-mohanty

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ଚାଲିଥିବା ପାରିବାରିକ ବିବାଦ ମାମଲା କୋର୍ଟରେ ବିଚାରଧୀନ ଥିବା ବେଳେ ଏବେ ସାଂସଦ ଅନୁଭବ ମହାନ୍ତିଙ୍କ ମିଡ୍ ନାଇଟ୍ ପୋଷ୍ଟକୁ ନେଇ ଚର୍ଚ୍ଚା। ସିରିଜ୍ ଟୁଇଟ୍ କରି ଏହି ମାମଲାରେ ନିଜକୁ ପୀଡିତ ଦର୍ଶାଇ ନ୍ୟାୟ ଲୋଡିଛନ୍ତି ଅଭିନେତାରୁ ରାଜନେତା ବନିଥିବା ଅନୁଭବ। ଏଥିରେ ସେ ଗତ ବର୍ଷର କିଛି ସିସିଟିଭି ଭିଡିଓକୁ ପୋଷ୍ଟ କରି ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇଛନ୍ତି।

Advertisment

କେନ୍ଦ୍ରାପଡା ସାଂସଦ ଅନୁଭବ ଟୁଇଟରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି, ବର୍ଷାଙ୍କୁ ଘରୁ ବାହାର କରିବା ମୋର କିମ୍ବା ମୋ ପରିବାରର ଉଦ୍ଦେଶ୍ୟ ନଥିଲା। ଜରୁରୀ କାମ ପାଇଁ ମୁଁ କିଛି ସମୟ ଘରକୁ ଯିବାକୁ ଚାହୁଁଥିଲି। ଏହା ବଦଳରେ ମୋତେ ଅଟକା ଯାଇଥିଲା। ମାମଲାର ଚୂଡାନ୍ତ ରାୟ ନ ଆସିବା ଯାଏଁ ସେ କିମ୍ବା ତାଙ୍କ ପରିବାର ବର୍ଷାଙ୍କୁ ଘରୁ ବାହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ ବୋଲି କହିଥିଲେ।

ଏପରିକି ସେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବା ସହ ସିସିଟିଭି ଭିଜୁଆଲ୍ ଭଳି ଅଡିଓ ଭିଜୁଆଲ ପ୍ରମାଣ ମଧ୍ୟ ଦେଇଥିଲେ। କିନ୍ତୁ ସମସ୍ତଙ୍କୁ ଚକିତ କଲା ଭଳି ସେ ଓ ତାଙ୍କ ଅଫିସ ଷ୍ଟାଫଙ୍କ ନାଁରେ ୪୯୮ଏ, ୫୦୬, ୩୪୧ ଓ ୩୪ ଆକ୍ଟରେ ମାମଲା ରୁଜୁ କରାଯାଇଥିବା ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

Advertisment

ଅନୁଭବ ଆହୁରି ଲେଖିଛନ୍ତି, 'ଆମେ ନୀରିହ ଓ ଏହାକୁ ପ୍ରମାଣିତ ମଧ୍ୟ କରିଛୁ। ତଦନ୍ତରେ ନିରପେକ୍ଷତା ରହିବା ଦରକାର। ଯିଏ ଭୁଲ୍ କରିଛି ସେ ଦଣ୍ଡ ପାଉ। କିନ୍ତୁ ଯିଏ ନିର୍ଦ୍ଦୋଷ ତାକୁ ଦଣ୍ଡ ନମିଳୁ।' ତାଙ୍କ ମା, ଭାଇଙ୍କ ପତ୍ନୀ ଓ ଝିଆରୀ ବି ମହିଳା, ସେମାନଙ୍କୁ କାହିଁକି ନ୍ୟାୟରୁ ବଞ୍ଚିତ କରାଯାଉଛି। ଏହା ବହୁତ ଯନ୍ତ୍ରଣାଦାୟକ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି।

ତେବେ ସବୁଠାରୁ ବଡ଼ କଥା ହେଉଛି ଅନୁଭବ ତାଙ୍କର ଏହି ପୋଷ୍ଟରେ ପତ୍ନୀ ବର୍ଷାଙ୍କୁ ଟ୍ୟାଗ୍ କରିଛନ୍ତି। ଏଥିସହିତ ଜାଗୃତି ଶୁକ୍ଳା, ସୁପ୍ରିମ୍ କୋର୍ଟ ଆଇନଜୀବୀ ଅଶ୍ୱିନୀ ଦୁବେ, ଦୀପିକା ନାରାୟଣ ଭରଦ୍ୱାଜଙ୍କୁ ମଧ୍ୟ ସେ ଟ୍ୟାଗ୍ କରିଛନ୍ତି। ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଅନୁଭବ କାହିଁକି ଏହି ପୋଷ୍ଟ କଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe