Advertisment

‘ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ ସମୟରେ ଓଡ଼ିଶାରେ ହୋଇଛି ଖଣି ଦୁର୍ନୀତି। ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ୍‌ କରାଯାଇଛି। ଆଜି ଲୋକସଭାରେ ରାଜ୍ୟରେ ଚାଲିଥିବା ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଓଡ଼ିଶାର ଅନେକ ଖଣି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଲାମ କରିଥିଲେ। ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ ନିମ୍ନମାନର ଦର୍ଶାଇଥିଲେ। ୧୯-୨୦ ଆର୍ଥିକ ବର୍ଷରେ ଲୋ […]

author-image
Manoranjan Sial
ଅଦ୍ୟତନ ହୋଇଛି
‘ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ’

BJP

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୋଭିଡ୍‌ ସମୟରେ ଓଡ଼ିଶାରେ ହୋଇଛି ଖଣି ଦୁର୍ନୀତି। ଉଚ୍ଚମାନର ଖଣିଜକୁ ନିମ୍ନମାନର ଦର୍ଶାଇ କୋଟି କୋଟି ଟଙ୍କା ହଡ଼ପ୍‌ କରାଯାଇଛି। ଆଜି ଲୋକସଭାରେ ରାଜ୍ୟରେ ଚାଲିଥିବା ଏହି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

Advertisment

ଶ୍ରୀମତୀ ଷଡଙ୍ଗୀ କହିଛନ୍ତି, ଓଡ଼ିଶାର ଅନେକ ଖଣି ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନିଲାମ କରିଥିଲେ। ନୂଆ ନିଲାମଧାରୀ ଅନେକ ଖଣିଜକୁ ହଠାତ ନିମ୍ନମାନର ଦର୍ଶାଇଥିଲେ। ୧୯-୨୦ ଆର୍ଥିକ ବର୍ଷରେ ଲୋ ଗ୍ରେଡ୍ ଥିଲା ୦.୯%, ବର୍ଷକରେ ତାହା ୨୭.୩% ହୋଇଗଲା। ୨୦୨୨ ଏପ୍ରିଲରେ ୪୨.୩% ଏବଂ ମେ’ରେ ୫୮.୯%କୁ ବୃଦ୍ଧି ପାଇଲା। ଲୋଗ୍ରେଡ୍‌ ଦର୍ଶାଇବା ଦ୍ୱାରା ରାଜକୋଷକୁ କ୍ଷତି ହେଲା। ଜିଲ୍ଲା ଖଣିଜ ପାଣ୍ଠି (DMF) ମଧ୍ୟ କମିଲା। ଜନକଲ୍ୟାଣୀ କାର୍ଯ୍ୟ ପ୍ରଭାବିତ ହେଲା। ଏହାର ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ମାଇନ୍ସ ରାଜ୍ୟ ସରକାରଙ୍କୁ ଚିଠି କରିଥିଲେ। କିନ୍ତୁ ରାଜ୍ୟ ସରକାର ତଦନ୍ତ କଲେନି କି ରିପୋର୍ଟ ଦେଲେନି। ତୁରନ୍ତ ରାଜ୍ୟ ସରକାରଙ୍କୁ ତଦନ୍ତ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ଅପରାଜିତା ଷଡଙ୍ଗୀ।

ଅପରାଜିତାଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରି ନାହିଁ।