Aparajita Sarangi
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଓଡ଼ିଶା ଟିକା କିଣିବାରେ ଯେବେ ଅସମର୍ଥ ହୋଇ କେନ୍ଦ୍ରର ସହଯୋଗ ଲୋଡ଼ିଲା, କେନ୍ଦ୍ରର ସହଯୋଗର ହାତ ବଢ଼ାଇଲା। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ । ତେଣୁ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବା କଥା।”
ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରା ନବୀନ ପଟ୍ଟନାୟକଙ୍କ ଫଟୋ ଲଗାଯିବାକୁ ନେଇ ମୁହଁ ଖୋଲିଛି ବିଜେପି । ନେତାଙ୍କ ଫଟୋ ଲଗାଯିବାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବା ଏପରି ଟ୍ୱିଟ କରି ଜବାବ ରଖିଛନ୍ତି ବିଜେପି ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡଙ୍ଗୀ । ଏହା ଅସୁରକ୍ଷା ଭାବ ଓ ହୀନମାନ୍ୟତାର ପରିଚାୟକ ବୋଲି ସେ ଟ୍ୱିଟ୍ କରିବା ସହ ଏହାକୁ ନାପସନ୍ଦ କରିଛନ୍ତି। ।
ଅପରାଜିତାଙ୍କ ଟୁଇଟ୍ର ଜବାବୀ ଟୁଇଟ୍ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି, ବିଜେଡି ପ୍ରତିବାଦ କରିନି । ଟିକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି କରିବା ଲଜ୍ଜାଜନକ ବିଷୟ ବୋଲି ବିଜେଡି ସାଂସଦ ସସ୍ମିତ ପାତ୍ର ଟ୍ୱିଟ୍ କରିଛନ୍ତି ।
ସୂଚନାଥାଉ କି,ବାଲେଶ୍ୱର ଗାନ୍ଧି ସ୍ମୃତି ଭବନ ଟିକା କେନ୍ଦ୍ରରେ ଫଟୋକୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଉତ୍ତେଜନା ଦେଖା ଦେଇଛି। ଟିକା କେନ୍ଦ୍ରରେ ପ୍ଲାକାର୍ଡରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଟିକା ଦେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ପ୍ଲାକା଼ର୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଓ ବିଜେଡି ଲୋଗୋ ଥିବାରୁ ବିଜେପି ପ୍ରତିବାଦ କରିଛି । ଟିକାକରଣ କେନ୍ଦ୍ରରେ ଥିବା ପ୍ଲାକାର୍ଡ ଫିଙ୍ଗିଛନ୍ତି ବିଜେପି କର୍ମୀ। ବିଜେପି କର୍ମୀଙ୍କ ଏଭଳି କାମକୁ ଅରାଜକତା ବୋଲି କହିଛି ବିଜେଡି।
ସେହିପରି ସୋମବାର ବ୍ରହ୍ମପୁର ଗିରିରୋଡ୍ ଉଚ୍ଚ ବାଳିକା ବିଦ୍ୟାଳୟ କେନ୍ଦ୍ରରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବିଜେପି କର୍ମୀମାନେ ଚିରି ପ୍ରତିବାଦ କରିଥିଲେ । ଟିକା କେନ୍ଦ୍ରରେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସହ ବିଜେପି କର୍ମୀଙ୍କ ଯୁକ୍ତିତର୍କ ହୋଇଥିଲା ।
ଢେଙ୍କାନାଳରେ ମଧ୍ୟ ବିଭିନ୍ନ ଟିକାକରଣ କେନ୍ଦ୍ରରେ ବିଜେପି କର୍ମୀମାନେ ପ୍ରତିବାଦ କରିବା ସହ ପୋଷ୍ଟର ଚିରିଛନ୍ତି । ସହରର ସମସ୍ତ ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବ୍ୟାନର ଲଗାଯାଇଛି । ହେଲେ କେନ୍ଦ୍ର ସରକାର ମାଗଣାରେ ଟିକା ଦେଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଫଟୋ କାହିଁକି ଲାଗିବ ନାହିଁ ବୋଲି ବିଜେପି କର୍ମୀ ପ୍ରଶ୍ନ କରିଛନ୍ତି । ଏ ନେଇ ପୂର୍ବତନ ବିଧାୟକ କୃଷ୍ଣ ପାତ୍ରଙ୍କ ନେତୃତ୍ୱରେ ବିଜେପିର ଏକ ଟିମ୍ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ।
ରାୟଗଡ଼ାରେ ମଧ୍ୟ ସମାନ ଘଟଣା ସାମ୍ନାକୁ ଆସିଥିଲା । ରାୟଗଡ଼ା ଜିଲ୍ଲା ୟୁଜିଏମ୍ଆଇଟିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ନଥିବାରୁ ବିଜେପି କର୍ମୀ ପ୍ରତିବାଦ କରିଥିଲେ । ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର କରୋନା ଟିକା ମାଗଣାରେ ଦେଉଥିବା ବେଳେ କେବଳ ମୁଖ୍ୟମନ୍ତ୍ରୀଙ୍କ ଫଟୋ କାହିଁକି ରହିବ ବୋଲି ବିଜେପି ପ୍ରଶ୍ନ କରିଥିଲା । ସେହିପରି ଅନୁଗୁଳରେ ମଧ୍ୟ ସମାନ ଘଟଣା ଘଟିଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/06/APARAJITA.jpg)