ବାଲିଗୁଡ଼ା(ଅଜିତ ନାୟକ): କୋରନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍ଡାଉନ୍ ହୋଇଛି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ।
ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବାରଖମା ଅଞ୍ଚଳରେ ସେମାନେ ଫସି ରହିଛନ୍ତି।
ଏ ସମ୍ପର୍କରେ ଗତକାଲି ଖବର ପାଇ ବାଲିଗୁଡ଼ା ଏସ୍ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଚୁଡ଼ା ଓ ବିସ୍କୁଟ ଦେଇଥିଲେ। ଏଥିସହ ସେମାନଙ୍କୁ କରୋନା ମୁକାବିଲାରୁ କିଭଳି ଦୂରେଇ ରହିବେ ସେନେଇ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ସମ୍ପର୍କରେ ସଚେତନ କରାଇଥିଲେ। ସେମାନଙ୍କୁ ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଥିଲା। ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ ଆଗାମୀ ଦିନରେ କିଭଳି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି ଏହି ବ୍ୟବସାୟୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।
Health
ରସୁଣକୁ ଦେଶୀ ଘିଅରେ ଭାଜି ଖାଆନ୍ତୁ, ଏହି ସବୁ ସ୍ୱାସ୍ଥ୍ୟଗତ ସମସ୍ୟାର କରିଥାଏ ସମାଧାନ
ରସୁଣ ହେଉଛି ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗଲ ଓ ଆଣ୍ଟିଭାଇରାଲ।
Health
କଞ୍ଚା କ୍ଷୀର ପିଉଛନ୍ତି କି? ରୁହନ୍ତୁ ସାବଧାନ
ଆମେରିକାର ଫୁଡ୍ ଡ୍ରଗ୍ ଆଣ୍ଡ ଆଡମିନିଷ୍ଟ୍ରେସନ (ଏଫ୍ଡିଏ) ସମେତ ଆଉ କିଛି ସଂସ୍ଥା କରିଥିବା ଗବେଷଣାରୁ ଜଣାପଡ଼ିଛି ଯେ କଞ୍ଚା କ୍ଷୀରରେ ପ୍ରୋବାୟୋଟିକ୍ସ ନଥାଏ।