ପିଲାଛୁଆ ଧରି ଭୋକ ଉପାସରେ ପଡ଼ିଛନ୍ତି ମଧ୍ୟପ୍ରଦେଶର ୪୦ ଲୁହା ବ୍ୟବସାୟୀ

ବାଲିଗୁଡ଼ା(ଅଜିତ ନାୟକ): କୋରନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ  ଲକ୍‌ଡାଉନ୍ ହୋଇଛି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ। ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବାରଖମା ଅଞ୍ଚଳରେ ସେମାନେ […]

baliguda

Jyoshna Pradhan
  • Published: Saturday, 28 March 2020
  • , Updated: 28 March 2020, 09:56 AM IST

ବାଲିଗୁଡ଼ା(ଅଜିତ ନାୟକ): କୋରନା ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ  ଲକ୍‌ଡାଉନ୍ ହୋଇଛି। ଏହି ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ବାରଖମା ଅଞ୍ଚଳରେ ଫସି ରହିଛନ୍ତି ମଧ୍ୟପ୍ରଦେଶର ପାଖାପାଖି ୪୦ ଜଣ ପୁରୁଷ ଓ ମହିଳା ଲୁହା ବ୍ୟବସାୟୀ।

ସେମାନେ ଲୁହା ବ୍ୟବସାୟ କରିବାକୁ ମାସେ ତଳେ କନ୍ଧମାଳ ଜିଲ୍ଲାକୁ ଆସିଥିଲେ। ହେଲେ ଲକ୍‌ଡାଉନ୍ ଯୋଗୁ ସେମାନଙ୍କ ବ୍ୟବସାୟ ଠପ୍ ହୋଇଯାଇଛି। ଫଳରେ ପିଲାଛୁଆଙ୍କୁ ଧରି ଭୋକ ଉପାସରେ ବାରଖମା ଅଞ୍ଚଳରେ ସେମାନେ ଫସି ରହିଛନ୍ତି।

ଏ ସମ୍ପର୍କରେ ଗତକାଲି ଖବର ପାଇ ବାଲିଗୁଡ଼ା ଏସ୍‌ଡିପିଓ ମାନସ ରଞ୍ଜନ ବାରିକ ଏବଂ ଥାନା ଅଧିକାରୀ ସେଠାରେ ପହଞ୍ଚି ସେମାନଙ୍କୁ ଚୁଡ଼ା ଓ ବିସ୍କୁଟ ଦେଇଥିଲେ। ଏଥିସହ ସେମାନଙ୍କୁ କରୋନା ମୁକାବିଲାରୁ କିଭଳି ଦୂରେଇ ରହିବେ ସେନେଇ ହାତ ଧୋଇବା ଓ ସାମାଜିକ ଦ୍ୱରତ୍ୱ ସମ୍ପର୍କରେ ସଚେତନ କରାଇଥିଲେ।   ସେମାନଙ୍କୁ  ହାତ ଧୋଇବା ପାଇଁ ସାବୁନ ମଧ୍ୟ ଦିଆଯାଇଥିଲା। ସେମାନଙ୍କ ବ୍ୟବସାୟ ବନ୍ଦ ହୋଇଯାଇଥିବାରୁ  ଆଗାମୀ ଦିନରେ କିଭଳି ଚଳିବେ ସେ ନେଇ ଚିନ୍ତାରେ ରହିଛନ୍ତି ଏହି ବ୍ୟବସାୟୀ।

Related story