/odisha-reporter/media/post_attachments/uploads/2020/05/870.jpg)
870
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ନେଇ ପୋଷ୍ଟର ମରା ଘଟଣାରେ ୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ୪ ଜଣଙ୍କ ନାଁରେ ଲିଖିତ ଅଭିଯୋଗ ହୋଇଛି। ବିଜେପି ପକ୍ଷରୁ ୪ ଜଣଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଛି।
କେନ୍ଦ୍ରମନ୍ତ୍ରୀ ନିଖୋଜ ନେଇ ସହରରେ ପୋଷ୍ଟର ମରାଯାଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଷ୍ଟେସନ ଛକ ଓ ସହରର ବିଭିନ୍ନ ସ୍ଥାନରେ ଏଭଳି ପୋଷ୍ଟର ମରାଯାଇଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ସୋସିଆଲ ମିଡିଆରେ ଏହାକୁ ଅପଲୋଡ୍ କରିଥିବା ଏତଲାରେ ଦର୍ଶାଯାଇଛି। ଏଭଳି ଅପପ୍ରଚାର ମନ୍ତ୍ରୀ ତଥା ବାଲେଶ୍ୱର ସାଂସଦଙ୍କ ସମ୍ମାନହାନୀ କରୁଥିବା ଦର୍ଶାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେପି।
ତେବେ ଖୋଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ମୁଁ କେବଳ ବାଲେଶ୍ୱରର ସାଂସଦ ନୁହେଁ, ଭାରତର ମନ୍ତ୍ରୀ। ଭୀରୁମାନେ ଏଭଳି କରନ୍ତି। ତେଣୁ ଏହାକୁ ଖାତିର କରେନି ବୋଲି ସେ ଜବାବ ଦେଇଛନ୍ତି। ତେବେ କଂଗ୍ରେସ ଏଭଳି ପୋଷ୍ଟର ମାରିନାହିଁ ବୋଲି ଦଳର ନେତା କହିଛନ୍ତି।
ସୂଚନା ଅନୁଯାୟୀ, ବାଲେଶ୍ୱର ସହରର କାନ୍ଥବାଡରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ହୋଇଯାଇଥିବା ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଥିଲା। ପୋଷ୍ଟରରେ ଲେଖା ଥିଲା ଯେ, ‘ସାହାଯ୍ୟ କର, ଆମର ଏମ୍ପି ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବାରେ ସାହାଯ୍ୟ କର।’ ଏହି ଘଟଣାକୁ ନେଇ ସହରରେ ବେଶ ଚର୍ଚ୍ଚା ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
