Advertisment

ପରକୀୟା ପ୍ରୀତି ଅଭିଯୋଗ: ମହିଳା ଓ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ମାଲକାନଗିରି (ଜିତେନ୍ଦ୍ର ବେଉରା): ପରକୀୟା ପ୍ରୀତି ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ଏମ୍‌ଭି-୪୭ରେ ଘଟିଛି। ଅଭିଯୋଗ ଅନୁସାରେ ଏମ୍‌ଭି-୮୩ର ଜଣେ ଯୁବକଙ୍କର ଏମ୍‌ଭି ୪୭କୁ ଯିବା ଆସିବା କରିବା ମଧ୍ୟରେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଗତକାଲି ଉଭୟଙ୍କୁ  ଅସଂଯତ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ। […]

ଅଦ୍ୟତନ ହୋଇଛି
ପରକୀୟା ପ୍ରୀତି ଅଭିଯୋଗ: ମହିଳା ଓ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

Untitled-1

Advertisment

ମାଲକାନଗିରି (ଜିତେନ୍ଦ୍ର ବେଉରା): ପରକୀୟା ପ୍ରୀତି ଅଭିଯୋଗକୁ ନେଇ ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଉତ୍ତ୍ୟକ୍ତ ଲୋକେ ଜଣେ ମହିଳା ଓ ଜଣେ ଯୁବକଙ୍କୁ ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାଟି ଏମ୍‌ଭି-୪୭ରେ ଘଟିଛି।

Advertisment

ଅଭିଯୋଗ ଅନୁସାରେ ଏମ୍‌ଭି-୮୩ର ଜଣେ ଯୁବକଙ୍କର ଏମ୍‌ଭି ୪୭କୁ ଯିବା ଆସିବା କରିବା ମଧ୍ୟରେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା। ଗତକାଲି ଉଭୟଙ୍କୁ  ଅସଂଯତ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ। ଏହା ପରେ ଗାଁ ଦାଣ୍ଡରେ ଏକ ଖୁଣ୍ଟ ରେ ବାନ୍ଧି ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।

କେବଳ ସେତିକି ନୁହେଁ ଏହାର ଭିଡିଓ କରି ସୋଶାଲ ମିଡିଆରେ ଛାଡି ଦେଇଥିଲେ। ଯାହା ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣାକୁ ନେଇ ଥାନାରେ କୌଣସି ଏତଲା ହୋଇନାହିଁ। ତେବେ ଘଟଣାର ତଦନ୍ତ ନିଜ ଆଡୁ କରିବାକୁ ପୁଲିସ୍‌ କହିଛି।

ମହିଳା ଓ ଯୁବକଙ୍କୁ ଏମିତି ଖଣ୍ଟରେ ବାନ୍ଧି ମାଡ଼ ମରାଯିବା ଓ ଭିଡିଓ ଭାଇରାଲ କରାଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଲୋକଙ୍କ ଏପରି କରିବାର ଅଧିକାର କିଏ ଦେଲା ବୋଲି ମତ ପ୍ରକାଶ ପାଉଛି। ଯଦି ଉଭୟଙ୍କୁ ଅସଂଯତ ଅବସ୍ଥାରେ ଦେଖିଲେ, ତେବେ ସେମାନଙ୍କୁ ପୁଲିସ୍‌ ଜିମା ନଦେଇ ଆଇନ୍‌କୁ ନିଜ ହାତକୁ ନେଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe