Advertisment

ସିଲ୍‌ଭର ସିଟିରେ ଶାନ୍ତିଶୃଙ୍ଖଳାରେ ସରିଲା ତାଜିଆ ଶୋଭାଯାତ୍ରା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁସଲିମ୍‌ ଧର୍ମାବଲମ୍ବୀଙ୍କ ବଳିଦାନର ପର୍ବ ମହରମ୍‌ ଅବସରରେ ବାହାରିଲା ତାଜିଆ ଶୋଭାଯାତ୍ରା। ରାଉରକେଲା ସହରରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ସୁସଜ୍ଜିତ ତାଜିଆ ଶୋଭାଯାତ୍ରା ସହର ପରିକ୍ରମା କରିଛି। ସହରର ବିଭିନ୍ନ ତାଜିଆ କମିଟି ପକ୍ଷରୁ ଆକର୍ଷଣୀୟ ମେଢ ପ୍ରସ୍ତୁତ କରାଯାଇଥିଲା। ଶହ ଶହ ଲୋକ ଉତ୍ସାହର ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ଅବସରରେ ମୁସଲିମ୍ ଯୁବକମାନେ ପାରମ୍ପରିକ ସାମରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା […]

author-image
Manoranjan Sial
ସିଲ୍‌ଭର ସିଟିରେ ଶାନ୍ତିଶୃଙ୍ଖଳାରେ ସରିଲା ତାଜିଆ ଶୋଭାଯାତ୍ରା

maharam

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ମୁସଲିମ୍‌ ଧର୍ମାବଲମ୍ବୀଙ୍କ ବଳିଦାନର ପର୍ବ ମହରମ୍‌ ଅବସରରେ ବାହାରିଲା ତାଜିଆ ଶୋଭାଯାତ୍ରା। ରାଉରକେଲା ସହରରେ ମୁସଲମାନ ସଂପ୍ରଦାୟ ପକ୍ଷରୁ ଆଜି ଶାନ୍ତିପୂର୍ଣ୍ଣ ଭାବେ ସୁସଜ୍ଜିତ ତାଜିଆ ଶୋଭାଯାତ୍ରା ସହର ପରିକ୍ରମା କରିଛି। ସହରର ବିଭିନ୍ନ ତାଜିଆ କମିଟି ପକ୍ଷରୁ ଆକର୍ଷଣୀୟ ମେଢ ପ୍ରସ୍ତୁତ କରାଯାଇଥିଲା।

Advertisment

publive-imageଶହ ଶହ ଲୋକ ଉତ୍ସାହର ସହ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ଅବସରରେ ମୁସଲିମ୍ ଯୁବକମାନେ ପାରମ୍ପରିକ ସାମରିକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୧୧ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୨ ପ୍ଲାଟୁନ୍‌ ଡିଭିଏଫ୍‌ ଓ ୪୦୦ ହୋମ୍‌ଗାର୍ଡ଼ ମୁତୟନ ହୋଇଛନ୍ତି।