Advertisment

ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଓ କଳାହାଣ୍ଡିରେ ଚାଷୀ ସମାବେଶ ଚର୍ଚ୍ଚାକୁ ଦଳର ଖଣ୍ଡନ

ଭୁବନେଶ୍ୱର: ୨୧ ତାରିଖରେ ଭୁବନେଶ୍ୱରରେ ବିଜେପି ଚାଷୀ ସମାବେଶ କରିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଚାଷୀଙ୍କୁ ଉଦ୍‌ବୋଧନ ଦେବେ। ତେବେ ଏହାର ୩ଦିନ ପୂର୍ବରୁ ୧୮ ତାରିଖରେ ବିଜେଡି ବଲାଙ୍ଗିର ଓ କଳାହାଣ୍ଡିରେ ଚାଷୀ ସମାବେଶ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇ ଏହା ଏକ ସରକାରୀ କାର୍ଯ୍ୟକ୍ରମ ବୋଲି କୁହାଯାଇଛି। ତେବେ ବିଜେଡି ଆତଙ୍କିତ ଅବସ୍ଥାରେ ଥିବା ବିଜେପି ଅଭିଯୋଗ କରିଛି। ସୂଚନାଯୋଗ୍ୟ, ୧୮ […]

ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା କରିବାକୁ ବିଜେଡି ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

cm

Advertisment

ଭୁବନେଶ୍ୱର: ୨୧ ତାରିଖରେ ଭୁବନେଶ୍ୱରରେ ବିଜେପି ଚାଷୀ ସମାବେଶ କରିବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଚାଷୀଙ୍କୁ ଉଦ୍‌ବୋଧନ ଦେବେ। ତେବେ ଏହାର ୩ଦିନ ପୂର୍ବରୁ ୧୮ ତାରିଖରେ ବିଜେଡି ବଲାଙ୍ଗିର ଓ କଳାହାଣ୍ଡିରେ ଚାଷୀ ସମାବେଶ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ପକ୍ଷରୁ ଏପରି ଅଭିଯୋଗକୁ ଖଣ୍ଡନ କରାଯାଇ ଏହା ଏକ ସରକାରୀ କାର୍ଯ୍ୟକ୍ରମ ବୋଲି କୁହାଯାଇଛି। ତେବେ ବିଜେଡି ଆତଙ୍କିତ ଅବସ୍ଥାରେ ଥିବା ବିଜେପି ଅଭିଯୋଗ କରିଛି।

Advertisment

ସୂଚନାଯୋଗ୍ୟ, ୧୮ ତାରିଖରେ ବଲାଙ୍ଗିରର ଗୁଡଭେଲା ଓ କଳାହାଣ୍ଡିର କେସିଙ୍ଗାରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଉଦ୍‌ଘାଟନ କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ବିକାଶ ପାଇଁ ୩୫ ହଜାର କୋଟି ଟଙ୍କା ଘୋଷଣା କରିଥିଲେ। ସେହିପରି କୃଷି ଲାଗି ୨୮ହଜାର କୋଟି ଟଙ୍କା ବିନିଯୋଗ, ଜଳସେଚନ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଘୋଷଣା କରିଥିଲେ।

ବିଜେଡି ରାଜନୈତିକ ଅପାରଗତାକୁ ଚ୍ୟାଲେଞ୍ଜ କରିବା ଆରମ୍ଭ କରି ଦେଇଥିବା ବିଜେପି ପକ୍ଷରୁ କୁହାଯାଇଛି। ବରିଷ୍ଠ ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, ବିଜେପଡିର ଏକରି କାର୍ଯ୍ୟକ୍ରମ ତା’ର ଅପାରଗତାକୁ ପଦାରେ ପକାଉଛି। ଏହି ଦଳ କେନ୍ଦ୍ରୀୟ ଯୋଜନାକୁ ହଡ଼ପ କରୁଛି। ଏବେ ଏହି ଦଳ ଆତଙ୍କିତ ଅବସ୍ଥାରେ ଅଛି ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe