Advertisment

ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତି ମଣ୍ଡପ

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସମଗ୍ର ରାଜ୍ୟରେ ଲକ ଡାଉନ ଜାରି ରହିଛି। ଏପରି ସ୍ଥିତିରେ ଆଗକୁ ରଥ ଯାତ୍ରା ଆସୁଥିବାରୁ ଏହା ହେବ କି ନାହିଁ, ହେଲେ କିପରି ହେବ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରତି ବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କିପରି ସାମାଜିକ ଦୂରତା ନିୟମ ପାଳନ କରି ହେବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ: ମୁକ୍ତି ମଣ୍ଡପ

ରଥଯାତ୍ରା

ପୁରୀ(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ସମଗ୍ର ରାଜ୍ୟରେ ଲକ ଡାଉନ ଜାରି ରହିଛି। ଏପରି ସ୍ଥିତିରେ ଆଗକୁ ରଥ ଯାତ୍ରା ଆସୁଥିବାରୁ ଏହା ହେବ କି ନାହିଁ, ହେଲେ କିପରି ହେବ, ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ପ୍ରତି ବର୍ଷ ରଥଯାତ୍ରାରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବାରୁ କିପରି ସାମାଜିକ ଦୂରତା ନିୟମ ପାଳନ କରି ହେବ ତାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି ସମୟରେ ସୁଚିନ୍ତିତ ପରାମର୍ଶ ଦେଇଛି ମୁକ୍ତି ମଣ୍ଡପ।

Advertisment

ଆପତକାଳୀନ ବ୍ୟବସ୍ଥାନୁଯାୟୀ  ରଥଯାତ୍ରା ବନ୍ଦ ହେଲେ ଅସୁବିଧା ନାହିଁ। ସୀମିତ ସେବକ ଓ ସ୍ୱଳ୍ପ ପୁଲିସଙ୍କୁ ନେଇ ମଧ୍ୟ ରଥଯାତ୍ରା ହୋଇପାରିବ। କରୋନା ନେଇ ରଥଯାତ୍ରା ପ୍ରସଙ୍ଗରେ ପ୍ରେସ୍‌ ରିଲିଜ୍ ଜରିଆରେ ଏପରି  ପରାମର୍ଶ ଦେଇଛି ମୁକ୍ତି ମଣ୍ଡପ।

ମୁକ୍ତି ମଣ୍ଡପ ପକ୍ଷରୁ ଆହୁରି କୁହାଯାଇଛି ଯେ, ପୁରୀର ସବୁ ପ୍ରବେଶପଥକୁ ସିଲ୍ କଲେ କରୋନା ପରି ମହାମାରୀକୁ ଏଡ଼ାଇ ହେବ। ପୁଲିସ, ସେବକଙ୍କ ଛଡ଼ା ଅନ୍ୟ କାହାରିକୁ ପ୍ରବେଶ କରାଇ ଦିଆଯିବନି। ଯଦି ଅନିବାର୍ଯ୍ୟ କାରଣବଶତଃ ରଥଯାତ୍ରା ନ ହେଲା, ଅସୁବିଧା ନାହିଁ। ସାଂପ୍ରତିକ ଦୁଃସ୍ଥିତିରେ ତାହା ହାନିକାରକ ନୁହେଁ। ଭକ୍ତ, ସେବକ ସୁସ୍ଥ ରହିଲେ ମନ୍ଦିର, ଦେବତା କାନ୍ତିଯୁକ୍ତ ହେବେ। ତେବେ ଏ କ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଆବଶ୍ୟକ ବୋଲି ମୁକ୍ତି ମଣ୍ଡପ ପକ୍ଷରୁ କୁହାଯାଇଛି।

Advertisment

ପଢନ୍ତୁ : ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଏ ବର୍ଷ ରଥଯାତ୍ରା ‍ବନ୍ଦ

Ratha Yatra Rath Yatra Rath Yatra 2020