Advertisment

ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ୱେତା ମହାନ୍ତି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ୱେତା ମହାନ୍ତି। ସେ ଏକାଧାରରେ ଜଣେ ଅଭିନେତ୍ରୀ, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ ଓ ମଡେଲ୍‌। ଏତେ ସବୁ ଭିତରେ କିନ୍ତୁ ଶ୍ୱେତାଙ୍କ ଲକ୍ଷ ରିପୋର୍ଟର ହେବେ। ଦୁର୍ଗମ ଅଞ୍ଚଳରୁ ଖବର ସଂଗ୍ରହ କରିବେ। ବଲାଙ୍ଗିର ସହର କଲେଜ ଛକର ଝିଅ ଶ୍ୱେତା ମହାନ୍ତି। କିନ୍ତୁ ରାୟଗଡ଼ାରେ ଗ୍ରାଜୁଏସନ୍‌ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ। ସେହି ସମୟରେ ସେ ମଡେଲିଂ ଓ ଅଭିନୟ ପ୍ରତି ମନ ବଳାଇଥିଲେ। ସେଥିପାଇଁ ସେ ସମ୍ୱଲପୁରୀ […]

author-image
Manoranjan Sial
ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ୱେତା ମହାନ୍ତି

Sweta

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ୱେତା ମହାନ୍ତି। ସେ ଏକାଧାରରେ ଜଣେ ଅଭିନେତ୍ରୀ, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ ଓ ମଡେଲ୍‌। ଏତେ ସବୁ ଭିତରେ କିନ୍ତୁ ଶ୍ୱେତାଙ୍କ ଲକ୍ଷ ରିପୋର୍ଟର ହେବେ। ଦୁର୍ଗମ ଅଞ୍ଚଳରୁ ଖବର ସଂଗ୍ରହ କରିବେ।

Advertisment

ବଲାଙ୍ଗିର ସହର କଲେଜ ଛକର ଝିଅ ଶ୍ୱେତା ମହାନ୍ତି। କିନ୍ତୁ ରାୟଗଡ଼ାରେ ଗ୍ରାଜୁଏସନ୍‌ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ। ସେହି ସମୟରେ ସେ ମଡେଲିଂ ଓ ଅଭିନୟ ପ୍ରତି ମନ ବଳାଇଥିଲେ। ସେଥିପାଇଁ ସେ ସମ୍ୱଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଭାବର ବନ୍ଧନ’ ଓ ‘ପ୍ରତିଶୋଧ’ରେ ଅଭିନୟ କରିଥିଲେ। ଏହି ଦୁଇ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ସେ ବେଶ୍‌ ପ୍ରଶଂସିତ ହୋଇଥିଲେ।

[caption id="attachment_765006" align="aligncenter" width="650"]Swetaବଲାଙ୍ଗିର ଝିଅ ଶ୍ୱେତା ମହାନ୍ତି[/caption]

Advertisment

ଗ୍ରାଜୁଏସନ୍‌ ପାସ୍‌ କରିବା ପରେ ମହାମାରୀ କରୋନା ମାଡ଼ି ଆସିଥିଲା। ଯେଉଁଥିପାଇଁ ସେ ଘରେ ରହିଗଲେ। କଲେଜ ବନ୍ଦ ଥିବାରୁ ସେ ଅନ୍‌ଲାଇନ୍‌ରେ ସାମ୍ୱାଦିକତା ପାଠ ପଢ଼ିଲେ। ଏଥିସହ ଫେବ୍ରିକ୍‌ ପେଣ୍ଟିଂ ଆରମ୍ଭ କଲେ। କପଡ଼ାରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ନେଇ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିଲେ।  ଏବେ ସେହି ଫେବ୍ରିକ୍‌ ପେଣ୍ଟିଂକୁ ରାଜ୍ୟ ଓ ରାଜ୍ୟ ବାହାରେ ଅନ୍‌ଲାଇନ୍‌ରେ ବିକ୍ରି କରୁଛନ୍ତି। ଏଥିରୁ ସେ ବେଶ୍‌ କିଛି ପଇସା ଇନ୍‌କମ୍‌ କରୁଛନ୍ତି। ଚିତ୍ରାଙ୍କନ, ଅଭିନୟ, ନୃତ୍ୟ ଓ ମୋଡେଲରେ ରୁଚି ରଖିଥିବା ଶ୍ୱେତା କିନ୍ତୁ ରିପୋର୍ଟର ହେବା ପାଇଁ ଲକ୍ଷ୍ୟ ରଖିଛି।