ବଲାଙ୍ଗିର (ଘଟେଶ୍ୱର ମିଶ୍ର): ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ହେଉଛନ୍ତି ଶ୍ୱେତା ମହାନ୍ତି। ସେ ଏକାଧାରରେ ଜଣେ ଅଭିନେତ୍ରୀ, ଚିତ୍ରଶିଳ୍ପୀ, ନୃତ୍ୟଶିଳ୍ପୀ ଓ ମଡେଲ୍। ଏତେ ସବୁ ଭିତରେ କିନ୍ତୁ ଶ୍ୱେତାଙ୍କ ଲକ୍ଷ ରିପୋର୍ଟର ହେବେ। ଦୁର୍ଗମ ଅଞ୍ଚଳରୁ ଖବର ସଂଗ୍ରହ କରିବେ।
ବଲାଙ୍ଗିର ସହର କଲେଜ ଛକର ଝିଅ ଶ୍ୱେତା ମହାନ୍ତି। କିନ୍ତୁ ରାୟଗଡ଼ାରେ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ପାଠ ପଢ଼ୁଥିଲେ। ସେହି ସମୟରେ ସେ ମଡେଲିଂ ଓ ଅଭିନୟ ପ୍ରତି ମନ ବଳାଇଥିଲେ। ସେଥିପାଇଁ ସେ ସମ୍ୱଲପୁରୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଭାବର ବନ୍ଧନ’ ଓ ‘ପ୍ରତିଶୋଧ’ରେ ଅଭିନୟ କରିଥିଲେ। ଏହି ଦୁଇ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ। ଏଥିପାଇଁ ସେ ବେଶ୍ ପ୍ରଶଂସିତ ହୋଇଥିଲେ।
[caption id="attachment_765006" align="aligncenter" width="650"]
ଗ୍ରାଜୁଏସନ୍ ପାସ୍ କରିବା ପରେ ମହାମାରୀ କରୋନା ମାଡ଼ି ଆସିଥିଲା। ଯେଉଁଥିପାଇଁ ସେ ଘରେ ରହିଗଲେ। କଲେଜ ବନ୍ଦ ଥିବାରୁ ସେ ଅନ୍ଲାଇନ୍ରେ ସାମ୍ୱାଦିକତା ପାଠ ପଢ଼ିଲେ। ଏଥିସହ ଫେବ୍ରିକ୍ ପେଣ୍ଟିଂ ଆରମ୍ଭ କଲେ। କପଡ଼ାରେ ଓଡ଼ିଶା ସଂସ୍କୃତି ଓ ପରମ୍ପରାକୁ ନେଇ ରଙ୍ଗ ବେରଙ୍ଗର ଚିତ୍ର ଆଙ୍କିଲେ। ଏବେ ସେହି ଫେବ୍ରିକ୍ ପେଣ୍ଟିଂକୁ ରାଜ୍ୟ ଓ ରାଜ୍ୟ ବାହାରେ ଅନ୍ଲାଇନ୍ରେ ବିକ୍ରି କରୁଛନ୍ତି। ଏଥିରୁ ସେ ବେଶ୍ କିଛି ପଇସା ଇନ୍କମ୍ କରୁଛନ୍ତି। ଚିତ୍ରାଙ୍କନ, ଅଭିନୟ, ନୃତ୍ୟ ଓ ମୋଡେଲରେ ରୁଚି ରଖିଥିବା ଶ୍ୱେତା କିନ୍ତୁ ରିପୋର୍ଟର ହେବା ପାଇଁ ଲକ୍ଷ୍ୟ ରଖିଛି।