Advertisment

ଯାହା ମୁମ୍ବାଇରେ ହୋଇପାରିଲାନି, ବ୍ରହ୍ମପୁରରେ ହେଲା; ଫିଟ୍ ହୋଇଗଲେ ଫିଲ୍ମ ନିର୍ଦ୍ଦେଶକ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯାହା ମୁମ୍ବାଇରେ ହୋଇପାରିଲାନି, ବ୍ରହ୍ମପୁରରେ ହେଲା। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାୟାନଗରୀ ମୁମ୍ବାଇରୁ ବ୍ରହ୍ମପୁର ଆସିଛନ୍ତି ବଲିଉଡର ସ୍କ୍ରିପଟ ରାଇଟର ତଥା ଫିଲ୍ମ ଡିରେକ୍ଟର ଭିପୁଲ କେ. ରାୱଲ। କାମ ଭିତରେ ତାଙ୍କ ଓଜନ ବଢି ୯୬ କିଲୋ ହୋଇଯାଇଥିଲା। ୟୁଟ୍ୟୁବରେ ସେ ବ୍ରହ୍ମପୁର ଫିଜିକାଲ ଏକାଡେମୀ ଓ ତାର ଟ୍ରେନିଂ ବିଷୟରେ ଜାଣିବାକୁ ପାଇଥିଲେ। ବାସ୍, ବିଳମ୍ବ ନକରି ଧାଇଁ ଆସିଥିଲେ ନିଜକୁ ଫିଟ୍ ରଖିବାକୁ। ସତକୁ ସତ ସେ […]

ଅଦ୍ୟତନ ହୋଇଛି
ଯାହା ମୁମ୍ବାଇରେ ହୋଇପାରିଲାନି, ବ୍ରହ୍ମପୁରରେ ହେଲା; ଫିଟ୍ ହୋଇଗଲେ ଫିଲ୍ମ ନିର୍ଦ୍ଦେଶକ

bhipul

Advertisment

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଯାହା ମୁମ୍ବାଇରେ ହୋଇପାରିଲାନି, ବ୍ରହ୍ମପୁରରେ ହେଲା। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ମାୟାନଗରୀ ମୁମ୍ବାଇରୁ ବ୍ରହ୍ମପୁର ଆସିଛନ୍ତି ବଲିଉଡର ସ୍କ୍ରିପଟ ରାଇଟର ତଥା ଫିଲ୍ମ ଡିରେକ୍ଟର ଭିପୁଲ କେ. ରାୱଲ। କାମ ଭିତରେ ତାଙ୍କ ଓଜନ ବଢି ୯୬ କିଲୋ ହୋଇଯାଇଥିଲା। ୟୁଟ୍ୟୁବରେ ସେ ବ୍ରହ୍ମପୁର ଫିଜିକାଲ ଏକାଡେମୀ ଓ ତାର ଟ୍ରେନିଂ ବିଷୟରେ ଜାଣିବାକୁ ପାଇଥିଲେ। ବାସ୍, ବିଳମ୍ବ ନକରି ଧାଇଁ ଆସିଥିଲେ ନିଜକୁ ଫିଟ୍ ରଖିବାକୁ। ସତକୁ ସତ ସେ ନିଜ ଓଜନ ହ୍ରାସ କରି ଫିଟ୍ ମଧ୍ୟ ହୋଇଯାଇଛନ୍ତି।

Advertisment

ସେ ବ୍ରହ୍ମପୁରର ଖେଳ ପଡିଆରେ ବେଶ୍ ଝାଳ ବୁହାଉଛନ୍ତି। ଜଗିଂ, ରନିଂ ସହ ଫିଜିକାଲ୍ ଏକ୍ସରସାଇଜରେ ଘଂଟା ଘଂଟା ଧରି ସମୟ ବିତାଇଛନ୍ତି। ଓଜନ କମାଇବାରେ ଓ ନିଜକୁ ଫିଟ୍ କରିବାରେ ସଫଳ ମଧ୍ୟ ହୋଇଛନ୍ତି। ଏଥିପାଇଁ ସେ ଟ୍ରେନର ସୀମାଂଚଳଙ୍କ ପ୍ରତିଟି ନିର୍ଦ୍ଦେଶ ମାନିଛନ୍ତି।

ରାୱଲଙ୍କ ବୟସ ପ୍ରାୟ ୫୩ ବର୍ଷ। ତେବେ ସେ ଏଠାରେ ୧୭ ଦିନ ଧରି ବ୍ୟାୟାମରେ ଝାଳ ବୁହାଇବା ପରେ ୬ କିଲୋ ଓଜନ କମାଇ ପାରିଛନ୍ତି। ମୁମ୍ବାଇରୁ ବ୍ରହ୍ମପୁର ଆସିବା ବେଳେ ତାଙ୍କ ଓଜନ ୯୬ କିଲୋଗ୍ରାମ ଥିଲା। ଦୁଇ ସପ୍ତାହ ଭିତରେ ଓଜନ କମାଇ ସେ ଖୁବ୍ ଖୁସି। ପ୍ରଥମେ ଆଦୌ ଦୌଡିପାରୁନଥିଲେ।

Advertisment

ସେ କହିଛନ୍ତି, ପ୍ରଥମ ଦିନ ବ୍ରହ୍ମପୁରର ଏହି ଖେଳପଡ଼ିଆରେ ଗୋଟିଏ ରାଉଣ୍ଡ ଦୌଡ଼ିବା ବେଳେ ବେହୋସ ହୋଇଯାଇଥିଲେ। ହେଲେ ଗୁରୁ ସୀମାଞ୍ଚଳଙ୍କ ଯୋଗୁ ଏବେ ୮ କିଲୋମିଟର ରନିଂ ବେଶ୍ ଆରାମରେ କରିପାରୁଛନ୍ତି। ଏଠାରେ ଦେଢ଼ ମାସ ରହିବାର ଯୋଜନା ଥିଲା। ହେଲେ ଅଚାନକ କିଛି କାମ ଆସିବାରୁ ଯିବାକୁ ପଡ଼ୁଛି। ପୁଣି ସମୟ ପାଇଲେ କିଛିଦିନ ଅନ୍ତରରେ ଏଠାକୁ ଆସି ନିଜକୁ ଫିଟ୍ କରିବେ। ବ୍ରହ୍ମପୁରରୁ ଗୋପାଳପୁର ପର୍ଯ୍ୟନ୍ତ ଦୌଡ଼ିବାକୁ ସେ ଲକ୍ଷ୍ୟ ରଖିଥିଲେ ହେଁ ଏହା ପୂରଣ ହୋଇପାରିନି। ତେବେ ଯାହା ହେଉ ସବୁକିଛି ଫିଟ୍ ରଖିବା ବ୍ୟବସ୍ଥା ଥାଇ ମଧ୍ୟ ଯାହା ମୁମ୍ବାଇରେ ହୋଇପାରୁ ନ ଥିଲା ତାହା ଏଠାରେ ହୋଇପାରିଛି। ସେ ସେଥିପାଇଁ ଖୁବ୍ ଖୁସି।

ସୂଚନା ଥାଉକି, ସେ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ସୁପରହିଟ୍ ଫିଲ୍ମ ରୁସ୍ତମ ପାଇଁ ସ୍କ୍ରିପଟ, ସ୍କ୍ରିନପ୍ଲେ ଏବଂ ଡାଏଲଗ୍ ଲେଖିଛନ୍ତି। ତାଙ୍କ ଲିଖିତ ଇକବାଲକୁ ବି ବେଶ୍ ପ୍ରଶଂସା କରାଯାଇଛି। ଏଥିସହ ଟୋନି, ଏ ନ୍ୟୁ ଲଭ ଷ୍ଟୋରୀ ଏବଂ ବିଜଲି ଭଳି ଫିଲ୍ମ ଏବଂ ସର୍ଟ ଫିଲ୍ମର ସେ ରାଇଟର ଓ ଡିରେକ୍ଟର ଭୂମିକା ନେଇଛନ୍ତି। ଖୁବ୍ ଶୀଘ୍ର ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ଆପକି ପଡ଼ୋଶ ମେ ଏବଂ ଅକ୍ଷୟ କୁମାରଙ୍କ ଅଭିନିତ କ୍ୟାପସୁଲ ଗୁଲ୍ ମୁକ୍ତିଲାଭ କରିବାକୁ ଯାଉଛି। ତାଙ୍କର ବ୍ୟସ୍ତବହୁଳ ତଥା ଆଧୁନିକ ଜୀବନ ଶୈଳୀ ଭିତରେ ଓଜନ ବଢିଯାଇଥିଲା। ୟୁଟ୍ୟୁବ୍ ଏବଂ ସୋସିଆଲ ସାଇଟରେ ଓଜନ କମାଇବା ନେଇ ଏକାଧିକ ଭିଡିଓ ଦେଖିଥିଲେ। ବହୁ ଟ୍ରେନର ରଖିଥିଲେ ଏବଂ ଆତ୍ୟାଧୁନିକ ଜିମ୍ ବି ଯାଇଥିଲେ। ହେଲେ କିଛି ଲାଭ ମିଳି ନ ଥିଲା। ତେବେ ସୋସିଆଲ ମିଡିଆରେ ସୀମାଂଚଳଙ୍କ ଶୃଙ୍ଖଳିତ ଟ୍ରେନିଂ ଏବଂ ପ୍ରାକୃତିକ ପଦ୍ଧତି ତାଙ୍କୁ ବ୍ରହ୍ମପୁରକୁ ଟାଣି ଆଣିଥିଲା। ସତକୁ ସତ ନିଜକୁ ସେ ଶାରୀରିକ ଫିଟ୍ କରିପାରିଛନ୍ତି ବୋଲି ପ୍ରକାଶ କରିଛନ୍ତି।

ଏନେଇ ଟ୍ରେନର ସୀମାଞ୍ଚଳ ବାରିକ କହିଛନ୍ତି, ଭିପୁଲ ଏଠାରେ ସମସ୍ତଙ୍କ ନିମନ୍ତେ ପ୍ରେରଣା ହୋଇଛନ୍ତି। ତାଙ୍କ ଉତ୍ସାହ ଦେଖି ଅନ୍ୟମାନେ ନିଜକୁ ଶାରିରୀକ ସୁସ୍ଥ ରଖିବାକୁ ଆଗ୍ରହ ଦେଖାଇଛନ୍ତି। ତାଙ୍କ ଭଳି ଅନେକ ଏବେ ସେମାନଙ୍କ ଓଜନ କମାଇ ସାରିଲେଣି। ତାଙ୍କ ପାଖରେ ଟ୍ରେନିଂ ନେଇ ଏବେ ପୂରା ଫିଟ୍ ୨୨ ବର୍ଷିୟ ବି ଫାର୍ମା ଛାତ୍ର ଓମ୍ ପ୍ରକାଶ ଗୌଡ। ସେ ୧୧୭ କିଜି ଥିଲେ। ଏବେ ତାଙ୍କ ଓଜନ ୬୯ କେଜି। ୬ ମାସର ପରିଶ୍ରମରେ ୪୮ କେଜି କମାଇଲେଣି। ସେହିପରି କୋଲକାତାର ୧୯ ବର୍ଷିୟ ଛାତ୍ର କିରଣ ଦୀକ୍ଷିତ ବି ସୀମାଂଚଳଙ୍କ ପାଖରେ ନେଉଛନ୍ତି ଟ୍ରେନିଂ। ମାତ୍ର ଅଢେଇ ମାସ ଭିତରେ କମାଇଲେଣି ୨୨ କେଜି ଓଜନ।

ସୀମାଂଚଳ ବାରିକ ହେଉଛନ୍ତି ଜଣେ ପୂର୍ବତନ ସେନା ହାବିଲଦାର। ଚାକିରି ସମୟରେ ୧୫ ବର୍ଷ ଧରି କମାଣ୍ଡୋ ଟ୍ରେନିଂ ଦେଇଛନ୍ତି। ଅବସର ପରେ ବ୍ରହ୍ମପୁରରେ ଫିଜିକାଲ ଏକାଡେମୀ ଖୋଲିଛନ୍ତି। ଯେଉଁଠି ୬ଶହରୁ ଅଧିକ ସେନା ଆଶାୟୀଙ୍କୁ ସେ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି। ଶହ ଶହ ସାଧାରଣ ଲୋକ ବି ଫିଟ୍ ରହିବାକୁ ତାଙ୍କ ଠାରୁ ତାଲିମ ନେଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe