pic
ଉମରକୋଟ(କାର୍ତ୍ତିକ ମଲ୍ଲିକ): ‘ସରକାରୀ କର୍ମଚାରୀ ଠିକ୍ ସମୟରେ ମୋଟା ଅଙ୍କର ଦରମା ନିଅନ୍ତି । ମାତ୍ର ଠିକ୍ ସମୟରେ ଅଫିସ୍ ଆସନ୍ତି ନାହିଁ। ଏଥିପାଇଁ ବହୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନିରାଶ ହୋଇ ଫେରୁଥିବା ବେଳେ ସେମାନଙ୍କ କାମ ହୋଇ ପାରି ନ ଥାଏ।’ ଏହାକୁ ଆଉ ବରଦାସ୍ତ କରାଯିବନି ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ମ୍ୟୁନିସିପାଲିଟିର ପୌରାଧ୍ୟକ୍ଷା ରାଧା ଭତ୍ରା ।
ଏଥିସହ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାନେ ଦେବାକୁ ଆଜି ସକାଳେ ଅଫିସର ପ୍ରବେଶ ଦ୍ୱାର ନିକଟରେ ଉପସ୍ଥାନ ଖାତା ଧରି ପୌରାଧ୍ୟକ୍ଷା ବସି ରହିଥିବା ଦେଖିବାକୁ ମିଳିଥିଲା। ସେ ୨ ଘଣ୍ଟାରୁ ଅଧିକ ସମୟ ଅଫିସ ଦ୍ୱାର ନିକଟରେ ବସି ଉପସ୍ଥାନ ସଂଗ୍ରହ କରିଥିବା ବେଳେ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି।
[caption id="attachment_778976" align="aligncenter" width="650"]
ପୌର କାର୍ଯ୍ୟାଳୟ ପ୍ରବେଶ ଦ୍ୱାର ନିକଟରେ ବସି ରହିଛନ୍ତି ପୌରାଧ୍ୟକ୍ଷା।[/caption]
ଉମରକୋଟ ପୌର ପରିଷଦ କାର୍ଯ୍ୟାଳୟକୁ ସବୁଦିନ ନିର୍ଦ୍ଧାରିତ ସମୟରେ କର୍ମଚାରୀ ଅଫିସ ଆସୁ ନ ଥିବା ବହୁ ଦିନ ହେଲାଣି ଅଭିଯୋଗ ହୋଇ ଆସୁଛି। ଏଥିଯୋଗୁ ସାଧାରଣ ଲୋକେ ବହୁ ହଇରାଣ ହେଉଥିବା ସହ ସେମାନଙ୍କ କାମ ହୋଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି। ଏନେଇ ସେମାନେ ପୌରାଧ୍ୟକ୍ଷଙ୍କୁ ଫୋନ କରି ଅଭିଯୋଗ କରୁଥିଲେ। ଏପରିକି ଭୋଟ ଦେଇ ଜିତାଇବା ସତ୍ତ୍ୱେ ବି ସେମାନଙ୍କ କାମ ହୋଇପାରୁ ନ ଥିବା କହୁଥିଲେ।
ବାରମ୍ବାର ଏପରି ଅଭିଯୋଗ ହେବା ପରେ ଆଜି ସକାଳେ କାର୍ଯ୍ୟାଳୟର ପ୍ରବେଶ ଦ୍ୱାର ନିକଟରେ ଏକ ଚେୟାରରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ବସି ରହିଲେ ପୌରାଧ୍ୟକ୍ଷା ରାଧା ଭତ୍ରା । ଏହାପରେ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ଦସ୍ତଖତ ଉପସ୍ଥାନ ଖାତାରେ ନେଉଥିଲେ। ଏନେଇ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ତେବେ ପୌରାଧ୍ୟକ୍ଷ ଏପରି ଆକ୍ସନ ମୁଡକୁ ଆସିଯିବାରୁ ମ୍ୟୁନିସିପାଲିଟି କାର୍ଯ୍ୟାଳୟର କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/ooo.jpg)