Advertisment

ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ!

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ। ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ବିଧାୟକଙ୍କ ଉପସ୍ଥିତିରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC କୋଲପଡ଼ାରେ। ସୂଚନା ଅନୁସାରେ, ପାଟଣାଗଡ଼ NACର ୧ ନଂ ,୨ନଂ  ଓ ୩ ନମ୍ବର ୱାର୍ଡରେ ପ୍ରଦୀପ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ବିଜେପି କର୍ମୀ ସେଠାରେ ପହଞ୍ଚି ତାଙ୍କୁ ଧରି ପିଟିଥିଲେ। ଘଟଣାସ୍ଥଳରେ […]

ଅଦ୍ୟତନ ହୋଇଛି
ବିଧାୟକଙ୍କ ଉପସ୍ଥିତିରେ ତାଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ!

Bjd

Advertisment

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଭାଇଙ୍କୁ ପିଟିଲେ ବିଜେପି କର୍ମୀ। ଟଙ୍କା ବାଣ୍ଟିବା ଅଭିଯୋଗରେ ତାଙ୍କୁ ମାଡ଼ ମରାଯାଇଥିବା ଜଣାପଡ଼ିଛି। ବିଧାୟକଙ୍କ ଉପସ୍ଥିତିରେ ପ୍ରଦୀପଙ୍କୁ ମାଡ଼ ମରାଯାଇଥିବା ଜଣାଯାଇଛି। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ NAC କୋଲପଡ଼ାରେ।

Advertisment

ସୂଚନା ଅନୁସାରେ, ପାଟଣାଗଡ଼ NACର ୧ ନଂ ,୨ନଂ  ଓ ୩ ନମ୍ବର ୱାର୍ଡରେ ପ୍ରଦୀପ ଟଙ୍କା ବାଣ୍ଟୁଥିଲେ। ଏହି ସମୟରେ ବିଜେପି କର୍ମୀ ସେଠାରେ ପହଞ୍ଚି ତାଙ୍କୁ ଧରି ପିଟିଥିଲେ। ଘଟଣାସ୍ଥଳରେ ବିଧାୟକ ନିଜେ ଉପସ୍ଥିତ ଥାଇ ମଧ୍ୟ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ନଥିଲେ। ଗାଡ଼ିରେ ବସି ସବୁ ଦେଖୁଥିଲେ। ଦଳୀୟ କର୍ମୀ ପ୍ରଦୀପଙ୍କୁ ଉଦ୍ଧାର କରି ନେଇଯାଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇନାହିଁ। ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି।

ଏନେଇ ବିଧାୟକଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପକ୍ଷରେ  ବିଜେପିର ମଧ୍ୟ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Odisha Municipal Election 2022 Municipal Election Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe