ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ବେକ କାଟିଦେଲା ସାନ ପୁଅ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ସମ୍ପତ୍ତି ପାଇଁ ବାପା ଓ ବଡ଼ ଭାଇର ଗଳା କାଟିଦେଲା ଜଣେ ଯୁବକ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିର ଗଣେଶ ବଜାରରେ।

ଗୁରୁତର ଅବସ୍ଥାରେ ହରିହର ସାହୁ ଓ ତାଙ୍କ ପୁଅ ଲକ୍ଷ୍ମୀଧର ସାହୁଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ସାନ ଭାଇ ସନ୍ତୋଷ ସାହୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ସନ୍ତୋଷ ଭୁବନେଶ୍ୱରରେ ରୁହନ୍ତି। ଗତକାଲି ସେ ସମ୍ପତ୍ତି ଭାଗବାଣ୍ଟ ପାଇଁ ଗାଁରେ ପହଞ୍ଚିଥିଲେ। ଆଜି ସକାଳେ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ବଡ଼ ଭାଇ ସହ ତାଙ୍କର ବଚସା ହୋଇଥିଲା। ଏଥିରେ ସନ୍ତୋଷ ରାଗି ଯାଇ ଏକ ଧାରୁଆ ବ୍ଲେଡ୍‌ରେ ବଡ଼ଭାଇ ଓ ବାପାଙ୍କ ଗଳାକୁ କଟିଦେଇ ଫେରାର ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପରିବାର ଲୋକେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଆହୁରି ପଢ଼ନ୍ତୁ

ଶ୍ରୀମନ୍ଦିର ଭିତରକୁ ପାନ ଓ ଗୁଟକା ମନା, ଧରାପଡ଼ିଲେ ଜରିମାନା

ସରପଞ୍ଚଙ୍କ ଉପରେ ଜରିମାନା; ଗଣିବେ ଲକ୍ଷେ ଟଙ୍କା

‘ଦେଶର ଉର୍ଜା ସୁରକ୍ଷା ବିକାଶରେ ଆତ୍ମନିର୍ଭର ଭାରତର ବଡ଼ ଭୂମିକା ରହିବ’

କ୍ୟାନସର ପୀଡ଼ିତାଙ୍କ ଆଖିର ଲୁହ ପୋଛିଲେ ରାନୀ

ଗାନ୍ଧି ଜୟନ୍ତୀରୁ ଗାଁ ଗାଁ ବୁଲି ମାସ୍କ ବାଣ୍ଟିବେ ବିଜେଡି ବିଧାୟକ

ସଂକ୍ରମଣ କମୁଛି ନା ବଢୁଛି ?

ବିଶ୍ୱବିଦ୍ୟାଳୟ ବିଲକୁ ବିରୋଧ, ବିଲ୍ କପି ଚିରିଲେ ତାରା

କେତେ କମିବ ସ୍କୁଲ ଫି, ହାଇକୋର୍ଟଙ୍କୁ ଜଣାଇଲେ ରାଜ୍ୟ ସରକାର

ପ୍ରେମିକାଙ୍କ ସହ ସ୍ୱାମୀଙ୍କୁ ରଙ୍ଗେ ହାତରେ ଧରିଥିଲେ ପତ୍ନୀ, ବନ୍ଧା ହେଲେ ଡେପୁଟି କଲେକ୍ଟର

ହାଇକୋର୍ଟ ଗଲେ ସମ୍ୱିତ ପାତ୍ର

ସହମତିରେ ଯାଇଥିଲେ ନା ଅପହରଣ ହୋଇଥିଲା ? ସମଲିଙ୍ଗୀ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଯୁବତୀ

ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ସୁପ୍ରିୟା’