Advertisment

ଗାଇ ଫସଲ ନଷ୍ଟ କରିବାରୁ ଆକ୍ରମଣ, ଟଳି ପଡ଼ିଲେ ବୃଦ୍ଧ

ବରଗଡ଼(ଦୀପକ ଶର୍ମା): ଜମିରେ ଗାଇ ପଶି ଫସଲ ନଷ୍ଟ କରିବାରୁ ଆରମ୍ଭ ହେଲା ବଚସା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିବା ବେଳେ ଶେଷରେ ପ୍ରତିପକ୍ଷଙ୍କ ଲୁହା ରଡ଼ ଆକ୍ରମଣରେ ଆଖି ବୁଜିଲେ ବୃଦ୍ଧ । ଏପରି ଅଭାବନୀୟ ଘଟଣା ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଘଟିଛି। ମୃତକ ହେଲେ ଗୟାଧର ଝୁପା  । ସୂଚନା ଅନୁଯାୟୀ, ଗୟାଧର ଝୁପା ନିଜ ଜମିରେ ଧାନ ଫସଲ କରିଥିବା ବେଳେ ତାହାକୁ  ସବୁବେଳେ ଜଗନ୍ତି। […]

author-image
Niharika Rout
ପତ୍ନୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ, ଧର୍ମ ପରିବର୍ତ୍ତନ ଅଭିଯୋଗ

Murdered

ବରଗଡ଼(ଦୀପକ ଶର୍ମା): ଜମିରେ ଗାଇ ପଶି ଫସଲ ନଷ୍ଟ କରିବାରୁ ଆରମ୍ଭ ହେଲା ବଚସା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିବା ବେଳେ ଶେଷରେ ପ୍ରତିପକ୍ଷଙ୍କ ଲୁହା ରଡ଼ ଆକ୍ରମଣରେ ଆଖି ବୁଜିଲେ ବୃଦ୍ଧ । ଏପରି ଅଭାବନୀୟ ଘଟଣା ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଲିଆପାଲି ଗାଁରେ ଘଟିଛି। ମୃତକ ହେଲେ ଗୟାଧର ଝୁପା  ।

Advertisment

ସୂଚନା ଅନୁଯାୟୀ, ଗୟାଧର ଝୁପା ନିଜ ଜମିରେ ଧାନ ଫସଲ କରିଥିବା ବେଳେ ତାହାକୁ  ସବୁବେଳେ ଜଗନ୍ତି। ଏହି ସମୟରେ ଖଲିଆପାଲି ଗାଁର  ଜୟଦେବ ବରିହା ନିଜ ଗାଇ ପଲ ସେଠାକୁ ଚରାଇବାକୁ ଆଣିଥାନ୍ତି। ଗୟାଧରଙ୍କ ଜମିରେ ଧନିରାମଙ୍କ ଗାଇ ପଶି ଯାଉଥିବାରୁ ଉଭୟଙ୍କ ମଧ୍ୟରେ ସବୁବେଳେ କହଳ ଲାଗି ରୁହେ । ଗତକାଲି ଏହି ଘଟଣା ଉଗ୍ର ରୂପ ଧାରଣ କଲା।

ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିବା ବେଳେ ହଠାତ୍‌ ଉତ୍ତ୍ୟକ୍ତ ଜୟଦେବ ଏକ ଲୁହା ରଡ଼ରେ ଗୟାଧରଙ୍କ ମୁଣ୍ଡକୁ ପିଟିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେତୁ ସେ ଘଟଣାସ୍ଥଳରେ ଅଚେତ ହୋଇପଡ଼ିଥିଲେ।

Advertisment

ଖବର ପାଇ ପରିବାର ଲୋକେ ତୁରନ୍ତ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ  ଅଭିଯୁକ୍ତ ଜୟଦେବ ବରିହାଙ୍କୁ ଅଟକ ରଖିଛି।